www.samajalive.in
Saturday, December 6, 2025
16.1 C
Bhubaneswar

ଓଏଏସ୍ ପାଇଲେ ପାତ୍ରପୁରର ତୃପ୍ତିମୟୀ

ପାତ୍ରପୁର : ପାତ୍ରପୁର ବ୍ଳକ ହେଡକ୍ୱାଟର ସ୍ବର୍ଗତ ବାୟା ଜେନାଙ୍କ ଏକମାତ୍ର ଝିଅ ତୃପ୍ତିମୟୀ ଜେନା ଓଏଏସ୍ ସ୍ତରରେ ୩୨ ନମ୍ବର ରେଙ୍କ୍ ରଖିଥିବା ଜଣାପଡିଛି ।
ତୃପ୍ତିମୟୀ ଘରର ସାନ ତଥା ଏକମାତ୍ର ଝିଅ । ପ୍ରଥମରୁ ସପ୍ତମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୁଆପେଣ୍ଠ ସ୍ଥିତରେ ପଢିଥିବା ବେଳେ ଅଷ୍ଟମରୁ ୧୦ମ ପାତ୍ରପୁର ସ୍ଥିତ ଶ୍ରୀକରୁଣାକର ବିଦ୍ୟାପୀଠ ୯୧ %, ଯୁକ୍ତ ଦୁଇ ୭୮% ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରହ୍ମପୁର ସ୍ଥିତ ନୀଳକଣ୍ଠ ମନ୍ଦିର , (ouat) ଭବାନିପାଟଣା ଏଗ୍ରିକେଲ୍ଚର୍ ୟୁନିଭରସିଟିରେ ଅଧ୍ୟୟନ କରିଥିଲେ । ପୋଷ୍ଟ ଗ୍ରାଜୁଏଶନ୍ ବାରଣାସି ହିନ୍ଦୁ ୟୁନିଭରସିଟିରେ କରିବା ପରେ ଓଏଏସ୍ ପାଇଁ ଚେଷ୍ଟା ଚଳାଇଥିଲେ । ପିଲା ବେଳୁ ଘରର ମୁଖ୍ୟଙ୍କୁ ହରାଇଥିଲେ ତେବେ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ତୃପ୍ତିମୟୀ ଓଏଏସ ପାଇବା ପରିବାରର ମାଆ, ବଡ ଭାଇ, ସାନ ଭାଇ ଓ ଶିକ୍ଷକ ମାନଙ୍କୁ ଶ୍ରେୟ ଦେଇଛନ୍ତି । ସ୍ଥାନୀୟ ସହପାଠୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଥିବା ବେଳେ ପାତ୍ରପୁର ଅଂଚଳରେ ଖୁସିର ଲହରୀ ଖେଳିଥିବା ଦେଖିବାକୁ ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories