www.samajalive.in
Saturday, December 6, 2025
15.1 C
Bhubaneswar

ଅସହାୟ ମହିଳାଙ୍କୁ ମିଳିଲା ରାଶନ କାର୍ଡ ; ବିଭିନ୍ନ ମହଲରୁ ସହାୟତା 

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମରେ ବସବାସ କରୁଥିବା ଅସହାୟ  ବିଧବା ମହିଳାଙ୍କୁ ମିଳିଲା ଅନ୍ତୋଦୟ ରାଶନ କାର୍ଡ ,ତଥା ବିଭିନ୍ନ ମହଲରୁ ସହାୟତା କରାଯାଇଛି । ଗତ ୨୦ ତାରିଖ ଦିନ ଭଙ୍ଗା ଘରେ ଭୋକର ଚିନ୍ତା ଦୈନିକ ସମାଜରେ ଖବର ପ୍ରକାଶ ପରେ ଜନୌକ ଭଦ୍ର ବ୍ୟକ୍ତି ସେହି ଘରେ ପହଞ୍ଚି ସମ୍ପୃକ୍ତ ମହିଳା ରୁକ୍ମଣୀକୁ ୧ କୁଇଣ୍ଟାଲ ଚାଉଳ ସହ ୫ କେଜି ଡାଲି ଯୋଗାଇଥିଲେ । ୨୭ ତାରିଖ ଦିନ ଗୌଡଗୁଡା  ଗ୍ରାମ ପଞ୍ଚାଯତ ନିର୍ବାହୀ ଅଧିକାରୀ ନିଖିଲ ବାନାର୍ଜୀ  ପହଞ୍ଚି ରୁକ୍ମଣୀ କୁ ଗୋଟିଏ  ଅନ୍ତୋଦୟ ଚାଉଳ କାର୍ଡ ପ୍ରଦାନ କରିଛନ୍ତି । ସେଥିରେ ସେ ସୁଲଭ ମୁଲ୍ଲ୍ୟରେ  ମାସକୁ ୩୫ କେଜି ଚାଉଳ ପାଇପାରିବେ ବୋଲି ଶ୍ରୀ ବାନାର୍ଜୀ ପ୍ରକାଶ କରିଛନ୍ତି । ଭତ୍ତା ତାଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି । ସ୍ୱଳ୍ପ ଦିନ ମଧ୍ୟରେ ଜାତୀୟ ସମାଜ ମଙ୍ଗଲ ଯୋଜନା ମାଧ୍ୟମରେ ୨୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାରେ ଜମା ହୋଇ ଯିବା ସହ ଆଗାମୀ ଅନୁଦାନରେ  ମୋ କୁଡିଆ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ସହାୟତା ପରେ ସମ୍ପୃକ୍ତ ମହିଳାଙ୍କ ମୁହଁରେ ହସ ଫୁଟିଛି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories