www.samajalive.in
Saturday, December 6, 2025
14.1 C
Bhubaneswar

ପଖନମୁଣ୍ଡା ବିଦ୍ୟାଳୟରେ ଡାଇରିଆ ଓ ମ୍ୟାଲେରିଆ ସଚେତନତା ସଭା

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ କମେଇମୁଣ୍ଡା ପଞ୍ଚାୟତର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡାଇରିଆ ଓ ମ୍ୟାଲେରିଆ ଉପରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରେଡକ୍ରସ କର୍ମୀ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଶିକ୍ଷକ ଅଲେଖ ବନଗୋଲା, ନରେଶ ତାଣ୍ଡି ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ। ବର୍ତ୍ତମାନ ବର୍ଷା ଋତୁ ଚାଲିଛି ତେଣୁ ଆମେ ଯଦି ସଜାଗ ନରହିବା ତେବେ ଆମକୁ ଡାଇରିଆ ଓ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଛି। ଏହି ସବୁ ରୋଗ ନହେବା ପାଇଁ ଆମକୁ ସତର୍କତା ଅବଲମ୍ବନ କରିବା ସହିତ କିଛି କାମ ନିୟମିତ କରିବିକୁ ପଡିବ ଯେପରିକି ପାଣିକୁ ଗରମ କରି ଥଣ୍ଡା କରି ପିଇବା, ଖାଇବା ଆଗରୁ, ପାଇଖାନା ରୁ ଫେରିବା ପରେ ଓ ବାହାରୁ ଘରକୁ ଫେରିବା ପରେ ସାବୁନରେ ବାରମ୍ବାର ହାତ ଧୋଇବା, ଗରମ ଓ ତଟକା ଖାଦ୍ୟ ଖାଇବା, ସନ୍ତସନ୍ତିଆ ଜାଗାକୁ ସଫାସୁତୁରା କରି ବ୍ଳିଚିଙ୍ଗ ପକେଇବା, ମଶାରୀ ବ୍ୟବହାର କରିବା ଓ ପରିଷ୍କାର ପରିଛନ୍ନତା ରହିବାକୁ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ। ତାପରେ ଛାତ୍ରଛାତ୍ରୀ ମାନେ ହାତ ଧୋଇବାର ସୋପାନ କ୍ରମରେ ନିଜ ହାତ ଧୋଇ ଅନ୍ୟ ମାନଙ୍କୁ ଦେଖେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories