ଅପରାହ୍ନ ୩ଟା ମୁଖ୍ୟ ଖବର

ରାଜ୍ୟରେ ଖୋଲାଯିବ ଆଉ ୩୬ ନୂଆ ପୁଲିସ ଥାନା.. ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ.. ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ପରିଚାଳନା ନିମନ୍ତେ ୫୬୩ ନୂଆ ପଦବୀ ସୃଷ୍ଟି କରାଯାଇଛି..

ଜି ଉଦୟଗିରି: କାର୍ଯ୍ୟରତ ମହିଳା ଏସ.ଆଇ ସ୍ୱାଗତିକା ବେହେରା (୩୦)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି .. ସରକାରୀ ବାସଭବନରୁ ଜି ଉଦୟଗିରି ପୁଲିସ ତାଙ୍କ ମୃତଦେହ କରିଛି ଉଦ୍ଧାର ..

ଶପଥ ନେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତ… ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଲଲିତଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ… ଶପଥ ପାଠ ଉତ୍ସବରେ ଜଷ୍ଟିସ ଲଲିତ କହିଲେ, ମାମଲା ତାଲିକାରେ ସ୍ୱଚ୍ଛତା ଆଣିବା ହେବ ମୋର ପ୍ରୟାସ …

କଟକ ମୁଣ୍ଡୁଳି ବ୍ରିଜରେ ପୁଣି ଅଭାବନୀୟ ଘଟଣା… ମହାନଦୀକୁ ଡେଇଁଲେ ଯୁବକ… ପୋଲ ଉପରେ ରହିଛି ସ୍କୁଟି…ଯୁବକଙ୍କ ପରିଚୟ ଅସ୍ପଷ୍ଟ… ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ…

ରାଜଧାନୀରେ ଅଳିଆ ବିବାଦକୁ ନେଇ ବସିବ ବୈଠକ… ଦାରୁଠେଙ୍ଗ ଗାଁର ପ୍ରତିନିଧିଙ୍କ ସହ ହେବ ଆଲୋଚନା… ବୈଠକରେ ଉପସ୍ଥିତ ରହିବେ ଭୁବନେଶ୍ୱର ମେୟର, କମିଶନରଙ୍କ ସମେତ ଅନ୍ୟଅଧିକାରୀ.. ଗାଁରେ ଅଳିଆ ପକାଇ ନଦେବାକୁ ଜିଦରେ ଅଛନ୍ତି ଦାରୁଠେଙ୍ଗବାସୀ…

ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ପାକିସ୍ତାନ… ବଡ଼ ଧରଣର ବନ୍ୟା ଯୋଗୁ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି… ବନ୍ୟା ଯୋଗୁ ଯାଇଛି ହଜାରେରୁ ଅଧିକ ଲୋକଙ୍କ ଜୀବନ… ବାସହରା ହୋଇଛନ୍ତି ୩କୋଟିରୁ ଊର୍ଦ୍ଧ୍ଵ ଲୋକ…

Comments are closed.