www.samajalive.in
Saturday, December 6, 2025
23.1 C
Bhubaneswar

ମହାନଦୀକୁ ଡେଇଁଲେ ଯୁବକ

ଆଠଗଡ଼: ମୁଣ୍ଡଳୀ ପୋଲ ଉପରେ ସ୍କୁଟି ରଖି ଜଣେ ଯୁବକ ମହାନଦୀକୁ ଡେଇଁ ପଡିଥିବା ଜଣାପଡିଛି । ଆଜି (ଶନିବାର) ସକାଳ ୮.୩୦ ସମୟରେ ଓଡି ୩୩ ଆର୍ ୯୨୭୦ ନମ୍ବର ବିଶିଷ୍ଟ ଏକ ସ୍କୁଟିରେ ଆସିଥିବା ଭୁବନେଶ୍ୱର ଶୈଳଶ୍ରୀ ବିହାରର ବିଶ୍ଵଦେବ ଦାସ (୪୫) ପୋଲ ଉପରେ ଗାଡିଟିକୁ ରଖି ମହାନଦୀକୁ ଡେଇଁ ପଡିଥିବା ଜଣାପଡ଼ିଛି । ଡେଇଁବା ପୂର୍ବରୁ ସେ ତାଙ୍କ ପର୍ସ, ମୋବାଇଲ ଫୋନ ଓ ଚପଲ ସ୍କୁଟି ପାଖରେ ରଖିଥିଲେ । ପର୍ସ ଭିତରେ ଥିବା ତାଙ୍କ ଆଧାର କାର୍ଡ ଓ ଡ୍ରାଇଭିଙ୍ଗ ଲାଇସେନ୍ସରୁ ପରିଚୟ ପାଇ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେ ନଦୀକୁ ଡେଇଁବା ସମୟରେ ପ୍ରଥମେ ସ୍ଥାନୀୟ ମତ୍ସ୍ୟଜୀବୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ । ଆଠଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆଠଗଡ଼ ଓ କଟକରୁ ଆସିଥିବା ଅଗ୍ନିଶମ ବାହିନୀ ସହାୟତାରେ ଯୁବକଙ୍କୁ ଭରା ନଦୀରେ ଖୋଜିବାରେ ଲାଗିଛନ୍ତି । ଏହି ରିପୋର୍ଟ ଲେଖା ହେବା ବେଳକୁ ନଦୀରେ ନିଖୋଜ ଯୁବକଙ୍କର କୈଣସି ପତ୍ତା ମିଳିନାହିଁ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories