www.samajalive.in
Saturday, December 6, 2025
15.1 C
Bhubaneswar

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇ ଯାଇଛିା ଏହି ଅବସରରେ ବିଭିନ୍ନ ଅଂଚଳରେ ଅମୃତ ସରୋବରର ଶୁଭ ଉଦ୍ଘାଟନ ହୋଇ ଯାଇଛିା ବିଶେଷ କରି ମାଲକାନଗିରି ସଦର ବ୍ଲକରେ ୧୦ ଗୋଟି ଅମୃତ ସରୋବରର ଶୁଭ ଉଦ୍ଘାଟନ ହୋଇ ଯାଇଛିା ସେଥିମଧ୍ୟରୁ ଗୋରାଖୁଂଟା ଗ୍ରାମ ପଂଚାୟତରେ ଦୁଇଟି, ତଣ୍ଡାପାଲ୍ଲୀ ପଂଚାୟତରେ ଦୁଇଟି, ଶିଖପାଲ୍ଲୀରେ ଗୋଟିଏ, ତମସାରେ ଗୋଟିଏ, ଚଲାଣଗୁଡାରେ ଗୋଟିଏ, ଗଙ୍ଗଲାରେ ଗୋଟିଏ, ବୀରଲଖ୍ମଣପୁରରେ ଗୋଟିଏ, ଓ ପେଦାବାଡାରେ ଗୋଟିଏ ଅମୃତ ସରୋବରର ଶୁଭ ଉଦ୍ଘାଟନ ହୋଇ ଯାଇଛିା
ଏହି ସରୋବରର ଚତୁଃପାଶ୍ୱରେ ବୃକ୍ଷ ରୋପଣ କରିବା ସହ ସୁସଜ୍ଜିତ କରା ଯାଇଥିଲ।। ଏହି ଅବସରରେ ସହୀଦ ପରିବାରରର ସମ୍ପର୍କୀୟ ମାନେ ମୁଖ୍ୟ ଅତିଥି ରହିଥିବା ବେଳେ ବିଭିନ୍ନ ଗ୍ରାମର ମୁଖିଆ, ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ତଥା ଗ୍ରାମାଂଚଳର ମହିଳା ଓ ପୁରୁଷ ମାନଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲ।। ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ତଥା ଗ୍ରାମାଂଚଳର ଶତାଧୀକ ମହିଳା ପୁରୁଷ ମାନେ ମିଶି ଅମୃତ ସରୋବରର ଚତୁଃପାଶ୍ୱର୍ ପରିକ୍ରମା କରି ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିବା ସହ ଜୟଧ୍ୱନୀ ଦେଇ ଅମୃତ ସରୋବର ପରିକ୍ରମା କରିଥିଲୋ ପରେ ଏହି ସରୋବର ନିକଟରେ ଜାତୀୟ ପତାକା ଉତୋଳନ କରି ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଥିଲ।।

ଏହି ଅବସରରେ ବିଭିନ୍ନ ପଂଚାୟତ ମାନଙ୍କରେ ସ୍ୱତନ୍ତ୍ର ଗ୍ରାମସଭା କରାଯାଇ ମନରେଗା ଯୋଜନା, ପଂଚମ ରାଜ୍ୟ ଅର୍ଥ କମିଶନ, ପଂଚଦଶ କେନ୍ଦ୍ର ଅର୍ଥ କମିଶନ ଆଦି ଯୋଜନାରେ କିଭଳି ଭାବେ ଅଂଚଳର ଉନ୍ନତି କରା ଯାଇପାରିବ ସେ ସମ୍ପର୍କରେ ବିସ୍ତୁୃତ ଆଲୋଚନା କରା ଯାଇଥିଲ।। ଏହି ଅବସରରେ ସମସ୍ତ ଗ୍ରାମ ପଂଚାୟତରେ ଭତା ବଂଟନ କରା ଯାଇଥିଲ।। ବିଶେଷ କରି ଚଲାଣଗୁଡା ଗ୍ରାମ ପଂଚାୟତରେ ୧୩୬ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତା ପ୍ରଦାନ କରା ଯାଇଥିଲ।। ଏହି ଅବସରରେ ଉପଜିଲ୍ଲାପାଳ ଅକ୍ଷୟ କୁମାର କେମୁଣ୍ଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଭତା ବଂଟନ କା ର୍ଯ୍ୟର ଶୁଭାରମ୍ଭ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡିଆମି, ଚଲାଣଗୁଡା ସରପଂଚ ଅରଖିତ ନାୟକ, ମାଲକାନଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ, ତଥା ଅନ୍ୟାନ୍ୟ କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲୋ

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories