www.samajalive.in
Saturday, December 6, 2025
26.1 C
Bhubaneswar

ମାହାଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ୧୪ଜଣଙ୍କୁ ସେବା ସମ୍ମାନ ପ୍ରଦାନ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମାହାଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଭଲ କାର୍ଯ୍ୟ ପାଇଁ ଚଳିତ ବର୍ଷ ୧୪ଜଣଙ୍କୁ ସେବା ସମ୍ମାନରେ ସମ୍ମାନିତ କରାଯାଇଛି। ବ୍ଲକ ସମ୍ମିଳନୀ ଗୃହରେ ଆୟୋଜିତ ଉତ୍ସବରେ ବିଡିଓ ନିହାର ରଞ୍ଜନ ମଲିକଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଦିପା ମଲିକ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା, ସିଡ଼ିପିଓ ପ୍ରମୋଦିନୀ ଦାଶ, ମେଡିକାଲ ଅଧିକାରୀ ଡାକ୍ତର ସଞ୍ଜୟ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ରିଆଯୁଲ ହୋଦା, ସୁସ୍ମିତା ଦାସ, ଜଗବନ୍ଧୁ ସେଠୀ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ହୃଷୀକେଶ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ଏହି ଉତ୍ସବରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ମଲ୍ଲିକ, ଗ୍ରାମ ରୋଜଗାର ସେବିକା ଲିପିକା ଦାସ, ପଞ୍ଚାୟତ ନିର୍ବାହୀ ଅଧିକାରୀ କୈଳାସ ବେହେରା, ପ୍ରାଣୀଧନ ନିରୀକ୍ଷକ ରମାକାନ୍ତ ଭଦ୍ର, ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ଶ୍ରେଷ୍ଠ ଛାତ୍ର ଆକାଶ ସାହୁ, ଅଙ୍ଗନବାଡ଼ି ସହାୟିକା ମନୋରମା କର, ଅଙ୍ଗନବାଡ଼ି କର୍ମୀ ସ୍ମୃତିମୟୀ ବିଶ୍ବାଳ, ସଫଳ କୃଷକ ମୃତ୍ୟୁଞ୍ଜୟ ବରାଳ, ଜଳେଶ୍ବରପୁର ଆଶାକର୍ମୀ ସ୍ବପ୍ନାଦାସ, ପଲ୍ଲିସାହି ଏଏନ୍ଏମ୍ ଅଞ୍ଜନା ସାହୁ, କୋଳିଅଠା ବିଦ୍ୟୁତ୍ କର୍ମଚାରୀ ତପନ କୁମାର ମଲ୍ଲିକ ପ୍ରମୁଖଙ୍କୁ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ମାହାଙ୍ଗା ସେବା ସମ୍ମାନ ପ୍ରଦାନ କରାଯାଇଛି। ଏଥିରେ ସମାଜ ସେବୀ ପ୍ରିତମ୍ କାନୁନଗୋ, ତ୍ରିନାଥ ଜେନା, ହିତେଶ ରାଉତ, ଆଲୋକ ସେଠୀ, ସନ୍ଦୀପ ବରାଳ, ଅନୁପମ୍ ମିଶ୍ର, ହାପି ପଟ୍ଟନାୟକ, କ୍ଷମା ସାଗର ଦାସ, ଦେବୀ ପ୍ରସାଦ ପଲେଇ, ପ୍ରଦୀପ୍ତ ବିଶ୍ଵାଳ, ସନ୍ଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଏଭଳି କାର୍ଯ୍ୟକ୍ରମକୁ ମାହାଙ୍ଗାର ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ଏହା ଭବିଷ୍ୟତରେ ଯୁବପିଢିଙ୍କୁ ଭଲ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories