www.samajalive.in
Saturday, December 6, 2025
15.1 C
Bhubaneswar

୭୬ତମ ସ୍ୱାଧୀନତା ଦିବସ ଅବସରରେ ଆତ୍ମସମର୍ପଣକାରୀ ମହିଳା ମାଓବାଦୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ଜିଲ୍ଲା ସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ ପାଳନ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଡିଏନକେ ଖେଳ ପଡିଆ ଠାରେ ଜାତୀୟ ପତାକା ଉତୋଳନ କରିଥିଲୋ। ସକାଳ ୮ ଘଟିକା ସମୟରେ ଜିଲ୍ଲା ସଦର ମହକୁମାରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ମାଲକାନଗିରି ସାମ୍ବାଦିକ ସଂଘ ପରିସରରେ ଜାତୀୟ ପତାକା ଉତୋଳନ କରିଥିଲୋ ପରେ ଦିବା ୯ ଘଟିକା ସମୟରେ ଡିଏନକେ ଖେଳ ପଡିଆ ଠାରେ ପହଂଚି ଜାତୀୟ ପତାକା ଉତୋଳନ କରିଥିଲୋ ତାଙ୍କ ଅଭିଭାଷଣରେ ଦେଶ ସ୍ୱାଧୀନତା ପାଇଁ ମାଲକାନଗିରି ଜିଲ୍ଲାର ସଂଗ୍ରାମୀ ମାନଙ୍କ ନାମ ନେଇ ତାଙ୍କ ବଳିଦାନ ଆଜି ଜିଲ୍ଲାର ଘରେ ଘରେ ମନେ ଅଛିା
ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର ଶିକ୍ଷାର ଉନ୍ନତି ପାଇଁ କେଉଁ ପଦକ୍ଷେପ ନେଇଛନ୍ତି ସେ ସମ୍ବନ୍ଧରେ ବିସ୍ତୃତ ବିବରଣୀ ଦେବା ସହ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇ ରାଜ୍ୟରେ ଆଜି ମାଲକାନଗିରି ଶିକ୍ଷା କ୍ଷେତ୍ରରେ ଆଉ ଏକ ପାଦ ଆଗୁଆ ରହିଥିବା ସେ ଅଭିଭାଷଣରେ ପ୍ରକାଶ କରିଥିଲୋ ଏହି ଅବସରରେ ଆତ୍ମ ସମର୍ପଣ କରିଥିବା ୧୧ ଜଣ ମହିଳା ମାଓବାଦୀଙ୍କୁ ମଙ୍ଗଳ ବିଭାଗର ରୋଷେୟା ଭାବେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ କୋଭିଡ୍-୧୯ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଡାକ୍ତରଏବଂ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପୁରସ୍କୃତ କରିଥିଲୋ
ଏଥିସହ ଜିଲ୍ଲାରେ ଚଳିତ ବର୍ଷ ଶିକ୍ଷା କ୍ଷେତ୍ରରେ ଜିଲ୍ଲା ଟପ୍ପର ହୋଇଥିବା ବଣ୍ଡା ଛାତ୍ରୀଙ୍କୁ ପୁରସ୍କୁତ କରିବା ସହ ଅନ୍ୟାନ୍ୟ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲ।। ପରେ ପରେ ଡାକ୍ତରଖାନାରେ ଫଳ ବଂଟନ, ଶିଶୁ ଗୃହ ପରିଦର୍ଶନ କରି ଶିଶୁ ମାନଙ୍କ ବିଷୟରେ ଆଲୋଚନା, ଏକ୍ସବୋର୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଥିଲୋ ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ, ଏସ୍.ପି. ନିତିଶ୍ ବାଧ୍ୱାନୀ, ବିଭିନ୍ନ ବିଭାଗର ପଦାଧିକାରୀ, ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ଅଂଶଗ୍ରହଣ କରିଥିଲୋ

ଏହି ଅବସରରେ ମାଲକାନଗିରି ସଦର ମହକୁମାରେ ଏକ ୧୦୦ ମିଟର ଲମ୍ବ ତ୍ରିରଙ୍ଗା ଶୋଭା ଯାତ୍ରା କରା ଯାଇଥିଲ।। ମାଲକାନଗିରି ପୌର ପରିଷଦର ସହ ଯୋଗରେ ସମସ୍ତ ଜନସାଧାରଣ ମିଶି ସ୍ଥନୀୟ ବସଷ୍ଟାଣ୍ଡ ଠାରୁ ଏକ ଶୋଭା ଯାତ୍ରାରେ ବାହାରି ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ସହ ସହର ପରିକ୍ରମା କରିଥିଲୋ ଏହା ବ୍ୟତୀତ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ସରକାରୀ ତଥା ବେସରକାରୀ ଅନୁଷ୍ଟାନ ମାନଙ୍କରେ ଜାତୀୟ ପତାକା ଉତୋଳନ କରାଯାଇ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛିା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories