www.samajalive.in
Saturday, December 6, 2025
15.1 C
Bhubaneswar

କର୍ମଚାରୀଙ୍କ ଅବହେଳା ; ଓଡିଶା ଜିବିକା ମିଶନ ଯୋଜନା ବାଟବଣା ଅଭିଯୋଗ

ମାଲକାନଗିରି :  ଓଡିଶା ଜିବିକା ମିଶନ ଦ୍ବାରା ଗ୍ରାମାଞ୍ଚଳରେ ଚାଷୀଙ୍କ ଆର୍ଥିକ ମାନଦଣ୍ଡର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ୟ୍ୟକାରୀ ହେଉଅଛି । କିଛି କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମ ଭି ୧୦ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଚାଷୀଙ୍କୁ ଆର୍ଥିକ ମାନଦଣ୍ଡର ବିକାଶ ନିମନ୍ତେ ଏହି ଗ୍ରାମର କେତେଜଣ ଚାଷୀଙ୍କୁ ଚାଷ କରିବା ନିମନ୍ତେ ୧୦ ଲକ୍ଷ ଟଙ୍କାର ସହାୟତା କରାଯାଇ ଧାନ ଚାଷ କରାଯାଉଥିବା ସୂଚନା ମିଳିଛି । ଜୈବିକ ପଦ୍ଧତିରେ ଧାନ ଚାଷ ନିମନ୍ତେ ଏମ ଭି ୧୦ ଗ୍ରାମର ୫୦ ଜଣ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦେଇ ଚାଷୀଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଥିଲା, ଏ ସମନ୍ଧେ ଗତ ଏପ୍ରିଲ ମାସରେ ଏହି ଗ୍ରାମର ଚାଷୀଙ୍କୁ ନେଇ ବୈଠକରେ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ମେ’ ମାସରେ ପୂନର୍ବାର ବୈଠକ କରି ସେହି ସମୟରେ ବିହନ ଦିଆଯିବ ବୋଲି ବିଭାଗୀୟ କର୍ମଚାରୀ ମାନେ ପ୍ରତିଶ୍ରୁତି ଦେଇଥିଲେ ।
କିନ୍ତୁ ପ୍ରତିଶ୍ରୁତି ପାଣିର ଗାର ସଦସ୍ୟ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପରେ ଜୁଲାଇ ମାସର ୨୧ ତାରିଖ ଦିନ ଏହି ବିଭାଗର ପ୍ରତାପ ନାଏକ ନାମକ ଜଣେ କର୍ମଚାରୀ ବିହନ ବଣ୍ଟନ କରିବା ନିମନ୍ତେ ଯାଇଥିଲେ, ସେଠାରେ ଚାଷ କାର୍ୟ୍ୟ ବର୍ତ୍ତମାନ ଅଧା ସମାପ୍ତ ହୋଇଥିବା ଯୋଗୁଁ ଗ୍ରାମବାସୀ ମାନେ ଉତ୍ତେଜିତ ହୋଇ ବିହନ ଫେରେଇ ନେବା ନିମନ୍ତେ ମତ ପ୍ରକାଶ କରିଥିଲେ । ଏବଂ ଓଡିଶା ଜିବିକା ମିଶନ ଗ୍ରାମାଞ୍ଚଳରେ ଚାଷୀଙ୍କୁ କିଭଳି ଭାବରେ ପ୍ରକଳ୍ପ ନାମରେ ଭୁଆ ବୁଲାଊଛନ୍ତି ସେ ନେଇ ଗଣମାଧ୍ୟମ ସମ୍ମୁଖରେ କହିଥିଲେ।
ଏ ସମ୍ପର୍କରେ ଓଡିଶା ଜିବିକା ମିଶନର ଜିଲ୍ଲା ସଂଯୋଜକ ପବିତ୍ର ମୋହନ ବାରାଙ୍କୁ ପଚାରିବାରୁ ଏହି ଘଟଣା ସମ୍ପର୍କରେ ସେ କିଛି ଜାଣି ନ ଥିଲା ବେଳେ ଏହାର ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories