www.samajalive.in
Saturday, December 6, 2025
23.1 C
Bhubaneswar

ସକାଳ ଜଳଖିଆ ସେବନ କଲେ ; ମିଳିବ ଚମତ୍କାରୀ ଲାଭ

ଦିନର ପ୍ରଥମ ଖାଦ୍ୟ ଜଳଖିଆକୁ କୁହାଯାଇଥାଏ। ମାତ୍ର ଅନେକ ଏହାକୁ ସମୟ ଅଭାବ ହେଉ ଅଥବା ଅନ୍ୟ କାରଣରୁ ଅଣଦେଖା କରିଥାଆନ୍ତି। ମାତ୍ର ଏପରି କରୁଥିଲେ ସାବଧାନ ହୋଇ ଯାଆନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏପରି କରିବା ଶରୀରକୁ ଅନେକ ରୋଗକୁ ନିମନ୍ତ୍ରଣ ଦେବା ସହ ସମାନ। ଏକ ଅଧ୍ୟୟନ ଅନୁଯାୟୀ, ମୋଟାପଣରୁ ରକ୍ଷା ପାଇବା ପାଇଁ ତଥା ଓଜନ ହ୍ରାସ ପାଇଁ ଜଳଖିଆ କରିବା ନିତାନ୍ତ ଜରୁରୀ। କୁହାଯାଇଛି ସଭିଁଙ୍କୁ ରାଜା ଭଳି ସକାଳର ଜଳଖିଆ,ଖରାବେଳର ଖାଦ୍ୟ ରାଜକୁମାର ଭଳି ଓ ରାତି ଖାଦ୍ୟ ଆବଶ୍ୟକ ଅନୁଯାୟୀ କେବଳ ସେବନ କରିବା ଉଚତ। ଜାଣନ୍ତୁ ନିୟମିତ ଭାବେ ଜଳଖିଆ ସେବନ କରିବା ଦ୍ୱାରା କି କି ଉପକାର ମିଳିଥାଏ…
ନିୟମିତ ଭାବେ ଜଳଖିଆ ଓ ଖରାବେଳର ଖାଦ୍ୟ ,ରାତି ଖାଦ୍ୟ ସେବନ କରିବା ଦ୍ୱାରା ଆମ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ୱ ଓ ଶକ୍ତି ମିଳିଥାଏ। ୨୦୨୧ରେ ହୋଇଥିବା ଏକ ଅଧ୍ୟୟନରେ ଜଣାପଡିଛି, ନିୟମିତ ସକାଳର ଜଳଖିଆ ସେବନ କରିବା ଦ୍ୱାରା ଶରୀର ଠାରୁ ଅନେକ ରୋଗ ଦୂରେଇ ରହିଥାଏ। ହୃଦୟ ଜନିତ ରୋଗ, ମଧୁମେହ,ମୋଟାପଣ,ଉଚ୍ଚ ରକ୍ତ ଚାପ, କୋଲେଷ୍ଟେରୋଲ୍‍ ଭଳି ଅନେକ ରୋଗ ହେବାର ସମ୍ଭାବନା ଖୁବ କମ ଥାଏ।
ରିପୋର୍ଟ ଅନୁଯାୟୀ, ଜଳଖିଆ ନକରିବା ଦ୍ୱାରା କ୍ୟାଲସିୟମ, ଆଇରନ, ଭିଟାମିନ ଏ, ବି୧,ବି୨,ବି୩, ଭିଟାମିନ ସି ଓ ଡି ମଧ୍ୟ କମ ହୋଇପାରେ। ମଧୁମେହ ରୋଗୀ ସଠିକ ସମୟରେ ଜଳଖିଆ ସେବନ ନକରି ଖରାବେଳର ଖାଦ୍ୟ ଖାଇଲେ ଏହା ରକ୍ତରେ ହଠାତ ଶର୍କରାକୁ ବୃଦ୍ଧି କରିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ।
ଜଳଖିଆ ସେବନ ନକରି ଏକାଥରେ ଖରାବେଳର ଖାଦ୍ୟ ଖାଇଲେ ତାହା ଅଧିକ ସେବନ କରିଥାଆନ୍ତି। ଯାହା ମୋଟପଣ ବୃଦ୍ଧି କରିଥାଏ।
ମାତ୍ର ସଠିକ ସମୟରେ ସ୍ୱାସ୍ଥ୍ୟକର ଜଳଖିଆ ସେବନ କରିବା ଦ୍ୱାରା ବାରମ୍ବାର ଭୋକ ଲାଗି ନଥାଏ। କାମ କରିବା ପାଇଁ ଆଗ୍ରହ ହୋଇଥାଏ। ଫଳରେ ମସ୍କିଷ୍କ ଓ ମନ ଶାନ୍ତ ରହିଥାଏ। ଓଜନ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories