ଭୁବନେଶ୍ୱର : ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ । ଚଳିତ ବର୍ଷ ୨୧ ଲକ୍ଷ ୧୬ ହଜାର ୨୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। cbse.nic.in ୱେବସାଇଟ୍ ରେ ରେଜଲ୍ଟ ଉପଲବ୍ଧ ହୋଇଛି। ଟର୍ମ-୨ ସହ ଫାଇନାଲ ପରୀକ୍ଷାଫଳ ପ୍ରକାଶ ପାଇଛି। ୱେବସାଇଟ୍ କୁ ଲଗଇନ କରି ପରୀକ୍ଷା ଫଳ ଦେଖିପାରିବେ। ରୋଲ ନମ୍ବର, ବିଦ୍ୟାଳୟ କୋଡ ଏବଂ ଜନ୍ମ ତାରିଖ ଲେଖି ଫଳ ଜାଣିପାରିବେ ବିଦ୍ୟାର୍ଥୀ। ସିବିଏସଇ ଦଶମରେ ପାସ୍ ହାର ୯୪.୪୦ ପ୍ରତିଶତ। ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୬୮% ପାସ୍। ଗୌହାଟୀ ରିଜିଅନରେ ସର୍ବନିମ୍ନ ୮୨.୨୩% ପାସ୍ ହାର। ରାଜଧାନୀ ଭୁବନେଶ୍ୱର ରିଜିଅନରେ ପାସ ହାର ୯୬.୪୬%। ପୁଅଙ୍କ ପାସ ହାର ୯୩.୮୦% ହୋଇଥିବା ବେଳେ ଝିଅଙ୍କ ପାସ ହାର ୯୫.୨୧%।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି।ଦ୍ବାଦଶ ଫଳ ପୂର୍ବାହ୍ନ ସାଢେ ୯ଟାରେ ପ୍ରକାଶ ପାଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ଦଶମ ଶ୍ରେଣୀ ଫଳ ପ୍ରକାଶପାଇଛି।
ଚଳିତ ବର୍ଷ ଦେଶରେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରାୟ ୨୧ ଲକ୍ଷ ୧୬ ହଜାର ୨୯୦ ବିଦ୍ୟାର୍ଥୀ ପଞ୍ଜୀକରଣ କରିଥିବା ବେଳେ ଏବଂ ଓଡ଼ିଶାରୁ ୩୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ।
ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ ; ପାସ୍ ହାର ୯୪.୪୦%
Popular Categories



