www.samajalive.in
Saturday, December 6, 2025
14.1 C
Bhubaneswar

ମାଓବାଦୀଙ୍କ ଉପସ୍ଥିତି ଜାହିର ; ଠିକାଦାରଙ୍କୁ ହତ୍ୟା ସହ ଜାଳିଲେ ମେସିନ

ମାଲକାନଗିରି : ଦୀର୍ଘ ଦିନର ନୀରବତା ପରେ ମାଲକାନଗିରି ଜିଲାରେ ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାର୍ଯ୍ୟରେ ଲାଗିଥିବା ମେସିନ ଓ ଗାଡି ଜାଳି ଦେଇଛନ୍ତି।ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଯନ୍ଦ୍ରାଗୁଡା ନିକଟରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ମାଥିଲି ବ୍ଲକ ଅନ୍ତର୍ଗତ ଯନ୍ଦ୍ରାଗୁଡା ଠାରେ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀ ରାସ୍ତା କାମରେ ନିୟୋଜିତ ଥିବା ଏକ ପୋକଲିନକୁ କ୍ଷତିଗ୍ରସ୍ତ କରିବା ସହ ଏକ ବୋଲେରୋ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ଏହାସହ ସମ୍ପୃକ୍ତ ଠିକାଦାରଙ୍କୁ ମଧ୍ୟ ହତ୍ୟା କରିଥିବା ସୂଚନା ମିଳିଛି । ଠିକାଦାରଙ୍କ ନାମ ସୁକୁମାର ମଣ୍ଡଳ ବୋଲି ଜଣାପଡିଥିବା ବେଳେ ଏନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ ଏହି କାଣ୍ଡରେ ଦରଭା ଡିଭିଜନର ମାଓବାଦୀ ସାମିଲ ଥିବା ଜଣା ପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories