ଟିଟିଲାଗଡ: ଟିଟିଲାଗଡ ଉପଖାଣ୍ଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଅଣାଯାଇଥିବା ମହିଳାଙ୍କ ମୃତଦେହକୁ ପୁଲିସ ଜବତ କରିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବାହାଦୁର ପଦର ଗ୍ରାମର ଲକ୍ଷ୍ମୀ ମାଝୀଙ୍କ ଗତ କିଛି ଦିନ ତଳେ କେସିଙ୍ଗା ଡାକ୍ତରଖାନାରେ ଏକ ସନ୍ତାନ ଜନ୍ମ ହୋଇଥିଲା। ତେବେ ଆଜି ଲକ୍ଷ୍ମଙ୍କ ମୃତଦେହକୁ ଟିଟିଲାଗଡ ଡାକ୍ତରଖାନାକୁ ଅଣାଯିବା ନେଇ ଡାକ୍ତରଙ୍କ ସୂତ୍ରରୁ ପୁଲିସ୍ ସୂଚନା ପାଇ ମୃତଦେହ ଜବତ କରିଛି। ଟିଟିଲାଗଡ ସହକାରୀ ଜିଲ୍ଲାପାଳ ତଥା ଭରପ୍ରାପ୍ତ ମାଜିଷ୍ଟ୍ରେଟ କର୍ଣ୍ଣ ମଲ୍ଲିକଙ୍କ ଉପସ୍ଥିତିରେ ଏନେଇ ତଦନ୍ତ ଆରମ୍ଭ ହୋଇଛି। ମହିଳାଙ୍କ ପାଟିରୁ ଫେଣ ବାହାରୁଥିବା ଦେଖାଯାଇଛି। ୨୬ ବର୍ଷୀୟା ମୃତ ମହିଳାଙ୍କ ଗତ ୭ ବର୍ଷ ତଳେ ବିବାହ ହୋଇଥିବା ବେଳେ ପୂର୍ବରୁ ଜନ୍ମ ପରେ ପ୍ରଥମ ସନ୍ତାନର ମୃତ୍ୟୁ ଘଟିଥିବା ଜଣାପଡିଛି।
Popular Categories



