www.samajalive.in
Saturday, December 6, 2025
15.1 C
Bhubaneswar

ଏମିତି ବି ଆସେ ବିପଦ… ରାସ୍ତାରେ ଚାଲି ଯାଉଥିବାବେଳେ ଉପରୁ ଖସିଲା ପିଲାର୍‌ ଖୁଣ୍ଟ, ଦେଖନ୍ତୁ ପୂରା ଘଟଣାର ଭିଡିଓ

କାହା ଉପରେ କେତେବେଳେ ବିପଦ ଆସିବ ତାହା କହିବା ମୁସ୍କିଲ। ଏମିତି ଏକ ଘଟଣା ଘଟିଛି ରାଜସ୍ଥାନର ଭରତପୁର ଅନ୍ତର୍ଗତ ଏକ ବଜାରରେ। ରାସ୍ତାରେ ଚାଲି ଚାଲି ଯାଉଥିବା ୨ ଯୁବକଙ୍କ ଉପରେ ଖସି ପଡ଼ିଛି ପିଲାର। ଜଣେ ଯୁବକ ବର୍ତ୍ତିଯାଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।

https://youtu.be/vqomKGYxHLc

- Advertisement -

ଏହି ଦୃଶ୍ୟର ପୂରା ଭିଡିଓ ଭାଇରାଲ୍‌ ହୋଇଛି। ବିପଦ କେତେବେଳେ ଆସିବ, କେମିତି ଆସିବ, ତାହା ଜାଣିବା କଷ୍ଟକର, ଯାହା ଏହି ଭିଡିଓଟିରୁ ସ୍ପଷ୍ଟ  ବାରି ହେଉଛି। ସୂଚନା ଅନୁସାରେ, ଭତରପୁରର ଏକ ବଜାରରେ ୨ ଜଣ ଯୁବକ ସାଥୀ ହୋଇ ଯାଉଥିଲେ। ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ପାର୍ଶ୍ଵରେ ଥିବା ଏକ ନିର୍ମାଣାଧୀନ ଦୋକାନ କୋଠାର ଛାତ ଉପରୁ ଇଟାରେ ନିର୍ମିତ ଗୋଟିଏ ବଡ଼ ପିଲାର ଖସି ପଡ଼ିଥିଲା।

ପିଲାରଟି ସେହି ଯୁବକଦ୍ବୟଙ୍କ ଉପରେ ହିଁ ପଡ଼ିଥିଲା। ଆଗରେ ଥିବା ଯୁବକ ସାମାନ୍ୟ ଭାବେ ଆହତ ହୋଇ ବର୍ତ୍ତି ଯାଇଥିଲେ। କିନ୍ତୁ ପଛ ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ। ଇଟା ପିଲାରଟି ତାଙ୍କ ମୁଣ୍ଡ ଉପରେ ପଡ଼ିବା ସହିତ ଭାଙ୍ଗି ଯାଇଥିଲା।

ଯୁବକ ଜଣକ ସେହିଠାରେ ତଳେ ପଡ଼ିଯାଇଥିଲେ। ରାସ୍ତାରୁ ଉଠି ବି ପାରି ନ ଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଠାଇ ହସ୍ପିଟାଲ ନେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories