www.samajalive.in
Saturday, December 6, 2025
26.1 C
Bhubaneswar

କମୁଛି ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ୩୫୧ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୪୦୦ ମଧ୍ୟରେ ସୀମତି ରହୁଥିବା ବେଳେ ଗତକାଲି ଏହା ୪୦୦ ଠାରୁ ସାମାନ୍ୟ ଅଧିକ ଥିବା ଜଣାପଡିଥିଲା। ମାତ୍ର ପୁନଃ ଏଥିରେ ଆଜି ହ୍ରାସ ପାଇଥିବା ଦେଖାଯାଇଛି। ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨୦୩, ସ୍ଥାନୀୟ ୧୪୮। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫, ୧୪୭ରେ ପହଞ୍ଚିଛି। ୩,୨୦,୨୦୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୦୬୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୨ ଆକ୍ରାନ୍ତ। ଅନୁଗୁଳରୁ ୪୧, ବାଲେଶ୍ୱର ୧୭, ବରଗଡ ୮, ଭଦ୍ରକ ୫, ବଲାଙ୍ଗୀର ୧୦, ବୌଦ୍ଧ ୨, କଟକ ୨୭, ଦେଓଗଡ ୨, ଢେଙ୍କାନାଳ ୩, ଗଞ୍ଜାମ ୨, ଜଗତସିଂହପୁର ୮, ଯାଜପୁର ୬, ଝାରସୁଗୁଡା ୧୧, କଳାହାଣ୍ଡି ୩, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୮, କୋରାପୁଟ ୧, ମାଲକାନଗିରି ୨, ମୟୁରଭଞ୍ଜ ୧୭, ନବରଙ୍ଗପୁର ୬, ନୟାଗଡ ୧, ନୂଆପଡ଼ା ୨୧, ପୁରୀ ୩, ସମ୍ବଲପୁର ୨୬, ସୋନପୁର ୧, ସୁନ୍ଦରଗଡ ୪୭, ଷ୍ଟେଟ ପୁଲରୁ ୧୨ ଚିହ୍ନଟ ହୋଇଛନ୍ତି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories