ନୂଆଦିଲ୍ଲୀ: ମାଲଦ୍ୱୀପକୁ ଉପହାର ଦେଇଥିବା ହେଲିକପ୍ଟର ଫେରାଇ ଆଣିବ ଭାରତ। ଏଥିପାଇଁ ମୁଖ୍ୟତଃ ଉଭୟ ଦେଶ ମଧ୍ୟରେ ମତାନ୍ତରକୁ ଦାୟୀ କରାଯାଇ ପାରେ। ୨୦୧୩ରେ ତଟରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବା ସହ ଭାରତ ନିର୍ମିତ ମାଲଦ୍ୱୀପକୁ ଦୁଇଟି ହେଲିକପ୍ଟର ପ୍ରଦାନ କରାଯାଇ ଥିଲା। ଏହି ଚୁକ୍ତି ମୁତାବକ ଭାରତ ପକ୍ଷରୁ ନୌସେନା ମାଲଦ୍ୱୀପକୁ ପଠା ଯାଇଥିଲେ ମଧ୍ୟ ମାଲଦ୍ୱୀପ ପକ୍ଷରୁ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏପରିକି ଉକ୍ତ ହେଲିକପ୍ଟର ଚଲାଉଥିବା ବ୍ୟକ୍ତିଙ୍କ ଭିସା ଜୁନ ୩୦ରେ ଶେଷ ହୋଇ ଯାଇଥିଲେ ମଧ୍ୟ ମାଲଦ୍ୱୀପ କର୍ତ୍ତୁପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଏପରିକି ତଟରକ୍ଷା କରିବା ପାଇଁ ୨୮ରୁ ଊଦ୍ଧ୍ୱର୍ ନୌସେନାଙ୍କ ଭିସା ମଧ୍ୟ କେବେଠାରୁ ସରି ଯାଇଛି। ସେମାନେ ନୌସେନା କର୍ତ୍ତୁପକ୍ଷଙ୍କ ନିର୍ଦେଶ ଅପେକ୍ଷାରେ ଦିନ ଗଣୁଛନ୍ତି। ମାଲଦ୍ୱୀପର ଏଭଳି ଉଦାସୀନତା ହେତୁ ମାଲଦ୍ୱୀପକୁ ଦେଇଥିବା ୨ ହେଲିକପ୍ଟର ଫେରାଇ ଆଣିବାକୁ ଭାରତ ସ୍ଥିର କରିଛି। ଅବଶ୍ୟ ମାଲଦ୍ୱୀପ ପଡ଼ୋଶୀ ଦେଶ ହୋଇଥିବାରୁ ଆବଶ୍ୟକ ପଡ଼ିଲେ ସହଯୋଗ କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
Popular Categories



