ପୁଣି ହୋଇପାରେ ନିଖୋଜ ଏମ୍ଏଚ୍-୩୭୦ ବିମାନର ଅନୁସନ୍ଧାନ

ନୂଆଦିଲ୍ଲୀ: ୨୦୧୪ ମସିହା ମାର୍ଚ୍ଚ ମାସରେ ୨୩୯ ଜଣ ଯାତ୍ରୀଙ୍କ ସହ ନିଖୋଜ ହୋଇଥିବା ଏମ୍.ଏଚ୍. ୩୭୦ ବିମାନର ଅନୁସନ୍ଧାନପାଇଁ ପ୍ରସ୍ତାବ ମିଳିଲେ ଏ ଦିଗରେ ପଦକ୍ଷେପ ନେବାରେ କୌଣସି ଅସୁବିଧା ନାହିଁ ବୋଲି ମାଲ୍ୟେସିଆ ପରିବହନ ମନ୍ତ୍ରୀ ଆନ୍ଥୋନି ଲୋକେ କହିଛନ୍ତି। ମାଲ୍ୟେସିଆ ଏୟାର୍ ଲାଇନ୍ସ୍ର ଏମ୍.ଏଚ୍. ୩୭୦ ବିମାନର ପୁନଃ ଅନୁସନ୍ଧାନ ପାଇଁ ଓସେନ୍ ଇନିଫିନିଟି କମ୍ପାନୀ ପକ୍ଷରୁ ପ୍ରସ୍ତାବ ଆସିବାର ଆବଶ୍ୟକତା ରହିଛି। ଆମେରିକାର ଓସେନ୍ ଇନିଫିନିଟି କମ୍ପାନୀ ପକ୍ଷରୁ ଗତବର୍ଷ ମେ ମାସରେ ଶେଷ ହୋଇଥିବା ଅନୁସନ୍ଧାନ ସଂକ୍ରାନ୍ତରେ କୌଣସି ସଠିକ୍ ଜବାବ୍ ମିଳି ନାହିଁ। ଦକ୍ଷିଣ ଭାରତ ମହାସାଗରରେ ନିଖୋଜ ବିମାନକୁ ଖୋଜିବା ଶେଷ ହୋଇଥିଲାବେଳେ ବିମାନଯାତ୍ରୀମାନଙ୍କ ପରିବାର ସଦସ୍ୟମାନେ ରବିବାର ଦିନ କୁଆଲାଲମ୍ପୁରଠାରେ ପଞ୍ଚମ ବାର୍ଷିକୀ ପାଳନ କରିଛନ୍ତି।