www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟରେ ବଢୁଛି ମେଲେରିଆ : କେବେ ଗଡ଼ିବ ନିଧି ମଉସା ରଥ ?

ଭୁବନେଶ୍ୱର : ରାଜ୍ୟରେ ୧୪ ଜିଲା ମେଲେରିଆ ପ୍ରବଣ। ରାଜ୍ୟରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷରେ କମ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଛି; କିନ୍ତୁ ଅଧିକ ସଂଖ୍ୟକ ଆକ୍ରାନ୍ତ ହୋଇଛନ୍ତି। ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୪୦,୦୦,୮୨୮ ନମୁନା ପରୀକ୍ଷାରୁ ୩୩,୦୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ବର୍ଷ ତୁଳନାରେ ୨୩.୨୨ ପ୍ରତିଶତ ଅଧିକ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡ଼ିଛି; କିନ୍ତୁ ଏଦିଗରେ ଜନସ୍ୱାସ୍ଥ୍ୟ ବିଭାଗ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡ଼ିଛି। କେତୋଟି ବାର୍ଷିକ ସଚେତନତାକୁ ବାଦ ଦେଲେ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନାହିଁ। ତେବେ ମେଲେରିଆ ସଚେତନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନିଧି ମଉସା ରଥ ଚଳିତ ବର୍ଷ ରାଜ୍ୟରେ ଗଡି ନାହିଁ। ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରତିବର୍ଷରେ ଜୁନ ଏବଂ ଜୁଲାଇରେ ନିଧି ମଉସା ରଥକୁ ଉଦଘାଟନ କରାଯାଇଥାଏ । ରାଜଧାନୀରୁ ଆରମ୍ଭ ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ଗଡିଥାଏ। ଚଳିତବର୍ଷ ହଟସ୍ପଟ ଜିଲାଭାବେ ମାଲକାନଗିରି ଆଗରେ ରହିଛି। ଅନ୍ୟ ଜିଲା ଅପେକ୍ଷା ଏହି ଜିଲାରେ ସର୍ବାଧିକ ୭,୩୪୧ ଚିହ୍ନଟ ହୋଇଛନ୍ତି । ଏହାପଛକୁ ରହିଛି କଳାହାଣ୍ଡି, ରାୟଗଡା ଏବଂ କନ୍ଧମାଳ। ତେବେ ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି। ଏଦିଗରେ ସଚେତନତା ନିମନ୍ତେ କେବଳ ରୁଟିନ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ କରାଯାଇନଥିବା ଜଣାପଡ଼ିଛି। ଏହାସହିତ ଔଷଧୀୟ ମଶାରୀ ମଧ୍ୟ ବଣ୍ଟନ ହୋଇ ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଲେରିଆ ପ୍ରବଣ ଜିଲାରେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ହୋଇନାହିଁ।

- Advertisement -

ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମ୍ ସଂଖ୍ୟାରେ ନମୁନା ସଂଗ୍ରହ କରାଯାଇଛି। ଏନେଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ରାଜ୍ୟରେ ମାସିକିଆ ରିପୋର୍ଟକୁ ଦେଖିଲେ ଏବେ ସ୍ଥିତିରେ ସୁଧାର ଆସିଛି। କୋଭିଡ ଯୋଗୁଁ ଅନେକ ଭୟରେ ପରୀକ୍ଷା କରିନଥିଲେ। ଅବଶ୍ୟ କୋଭିଡା ମଧ୍ୟବର୍ତ୍ତୀ ସମୟରେ ମେଲେରିଆ ବଢିଥିଲା; କିନ୍ତୁ ଏବେ ନିୟନ୍ତ୍ରଣରେ ରହିଛି। ମେଲେରିଆ ପ୍ରବଣ ଅଞ୍ଚଳରେ ସଚେତନତା ନିମନ୍ତେ ଜିଲାପାଳଙ୍କ ସହାୟତାରେ ଗାଁ ଗାଁରେ ଘଣ୍ଟା ବଜାଇ ସଚେତନ କରାଯାଉଛି। ଏହାସହିତ ପିଏଚ୍‌ସି ଓ ସିଏଚସିସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି। ଯେଉଁଥିରେ ଆଶା ଦିଦି ପ୍ରମୁଖ ଭୂମିକା ଗ୍ରହଣ କରି ସଚେତନ କରାଉଛନ୍ତି। ସେହିପରି ନିକଟରେ ମଶାରୀ ବଣ୍ଟନ କରିବା ନିମନ୍ତେ ଯୋଜନା କରାଯାଉଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories