www.samajalive.in
Monday, December 15, 2025
16.1 C
Bhubaneswar

କାର୍ତ୍ତିକରେ ପରିବାଦର ଆକାଶଛୁଆଁ : ଆଳୁ ୪୫କୁ ପିଆଜ ୮୦

ଭୁବନେଶ୍ବର/ଉତ୍ତରଭୁବନେଶ୍ବର : କାର୍ତ୍ତିକ ମାସକୁ ଧର୍ମମାସ ଭାବେ ଗଣନା କରାଯାଇଥାଏ। ଏହି ମାସରେ ଅଧିକାଂଶ ହିନ୍ଦୁଧର୍ମାବଲମ୍ବୀ ଆମିଷ ବଦଳରେ ନିରାମିଷ ଖାଇଥାନ୍ତି। ତେବେ ଚଳିତ ଥର ପରିବା ଦର ଆକାଶଛୁଆଁ ହୋଇଛି। ଆଳୁ କିଲୋ ପ୍ରତି ୪୦ରୁ୪୫ ଟଙ୍କା ଥିବାବେଳେ ପିଆଜ ଦର ୮୦ରୁ ୯୦ ଟଙ୍କା ରହିଛି।

ପିଆଜ ୫୦ କିଲୋ ବସ୍ତା ପ୍ରତି ଦର ଭୁବନେଶ୍ବରରେ ୨୮ଶହରୁ ୩ ହଜାର ଟଙ୍କା ରହିଛି। ସେହିପରି ଆଳୁର ୫୦ କିଲୋ ବସ୍ତା ପ୍ରତି ଦର ପ୍ରାୟ ୧୮ ଶହ ଟଙ୍କା ରହିଛି। ଅନ୍ୟପକ୍ଷରେ ବିନ୍‌, ଛୁଇଁ ଖୁଚୁରା ଦର କିଲୋ ପ୍ରତି ଶହେ ଟଙ୍କା ରହିଛି। ଟମାଟୋ ୫୦ରୁ ୬୦, କାକୁଡ଼ି ୫୦ରୁ ୬୦ ଟଙ୍କା କିଲୋ ପ୍ରତି ଦର ରହିଛି। ସେହିପରି ଜହ୍ନି, ‌ଭେଣ୍ଡି ଓ ଝୁଡ଼ଙ୍ଗ କିଲୋ ପ୍ରତି ଦର ୮୦ ଟଙ୍କା ରହିଛି। ବନ୍ତଳ କଦଳୀ ଗୋଟା ପ୍ରତି ଦର ୬ରୁ୧୦ଟଙ୍କା ରହିଛି।

- Advertisement -

ପୂର୍ବରୁ କିଲେ କିଣୁଥିବା ଗ୍ରାହକ ଏବେ ଅଧା କିଲୋ କିଣୁଥିବା ଦେଖିବାକୁ ମିଳୁଛି। ପରିବା ଦର ପକେଟ୍‌କୁ ବାଧୁଥିବାରୁ ପ୍ରତିଦିନ କ’ଣ ରୋଷେଇ କରାଯିବା ତାକୁ ନେଇ ଗୃହିଣୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଆଳୁ ଓ ପିଆଜ ସବୁଥିରେ ଦରକାର ଥିବାରୁ ଏହାର ବ୍ୟବହାର ଏବେ କମିବାରେ ଲାଗିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories