www.samajalive.in
Sunday, December 7, 2025
14.1 C
Bhubaneswar

କ୍ଷୀରସର ଆଇସକ୍ରିମ

ଆରମ୍ଭ ହେଲାଣି ଖରାଦିନ। ଏହିଦିନେ ସାଧାରଣତଃ ଆଇସକ୍ରିମ ଓ ଥଣ୍ଡା ଜାତୀୟ ଜିନିଷ ସେବନ କରିବା ସଭିଁଙ୍କୁ ଅଧିକ ପସନ୍ଦ। ତେବେ ଜାଣନ୍ତୁ କ୍ଷୀରସର ଆଇସକ୍ରିମ କିଭଳି ପ୍ରସ୍ତୁତ କରିବେ..
ଆବଶ୍ୟକ ସାମଗ୍ରୀ
ଖିର – ୧ଲିଟର
ମିଲ୍କ ମେଡ଼୍ – ୧କପ ରୁ କମ
ଗୁଜୁରାତି ଗୁଣ୍ଡ – ଅଳ୍ପ
ଖିରସର – ୨ଚାମଚ
ନଡ଼ିଆ କୋରା ଗୁଣ୍ଡ – ୨ ଚାମଚ(କୋରା ସାମାନ୍ୟ ଭାଜି ଏହାକୁ ପେଷି ଦିଅନ୍ତୁ)
କାଜୁ, ବାଦାମ, କିସମିସ – ଆବଶ୍ୟକ ପରିମାଣରେ
ଅମୁଲ – ୧କପ ରୁ କମ
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ଖିରକୁ ଭଲ ଭାବେ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ଏଥିରେ ଅମୁଲ, ମିଲ୍କ ମେଡ଼, ନଡ଼ିଆ କୋରା ଗୁଣ୍ଡ, ସର, ଗୁଜୁରାତି ଗୁଣ୍ଡ, କାଜୁ, ବାଦାମ, କିସମିସ ପକାଇ ପୁଣି କିଛି ସମୟ ଫୁଟାନ୍ତୁ। ଏହାପରେ ଏହାକୁ ଥଣ୍ଡା କରନ୍ତୁ। ଥଣ୍ଡା କରିବା ପରେ କୁଲ୍ଫି ଷ୍ଟାଣ୍ଡରେ ଏହି ମିଶ୍ରଣକୁ ଭର୍ତି କରି ୭ ରୁ ୮ ଘଂଟା ଫ୍ରିଜରେ ରଖି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କ୍ଷୀରସର ଆଇସକ୍ରିମ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories