www.samajalive.in
Saturday, December 6, 2025
16.1 C
Bhubaneswar

ଜାଣନ୍ତୁ ମକର ସଂକ୍ରାନ୍ତିରେ ଖେଚେଡ଼ି ଖାଇବାର ମହତ୍ତ୍ୱ

ମକର ସଂକ୍ରାନ୍ତି ହିନ୍ଦୁଧର୍ମର ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ବରୁ ଏକ ମୁଖ୍ୟ ପର୍ବ ଅଟେ। ଶାସ୍ତ୍ର ଅନୁଯାୟୀ,ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ। ପ୍ରତିବର୍ଷ ଜାନୁଆରୀ ମାସରେ ଏହା ପାଳନ କରାଯାଇଥାଏ। ସୂର୍ଯ୍ୟ ଯେତେବେଳେ ମକର ରାଶିରେ ପ୍ରବେଶ କରନ୍ତି, ତାହାକୁ ହିଁ ମକର ସଂକ୍ରାନ୍ତି କୁହାଯାଇଥାଏ। ଏପରି ଭାବେ ଏକ ବର୍ଷ ମଧ୍ୟରେ ସର୍ବମୋଟ ୧୨ଟି ସଂକ୍ରାନ୍ତି ରହିଛି। ମାନ୍ୟତା ଅନୁଯାୟୀ ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାଆନ୍ତି। ସମସ୍ତ ସଂକ୍ରାନ୍ତି ମଧ୍ୟରେ ମେଷ, କର୍କଟ, ତୁଳା, ମକର ସଂକ୍ରାନ୍ତି ପ୍ରଧାନ ବୋଲି କୁହାଯାଇଥାଏ। ଏହି ମକର ସଂକ୍ରାନ୍ତିରେ ଖେଚେଡ଼ି ଖାଇବାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ୱ ….
ମକର ସଂକ୍ରାନ୍ତି ଦିନରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରାଯାଇଥାଏ। ମାତ୍ର ଖେଚେଡ଼ି ପ୍ରସ୍ତୁତ କରି ଏହାକୁ ଖାଇବାର ବିଶେଷ ମହତ୍ତ୍ୱ ରହିଛି। ତେଣୁ ବହୁ ସ୍ଥାନରେ ଏହାକୁ ଖେଚେଡ଼ିର ପର୍ବ ବୋଲି ମଧ୍ୟ କୁହାଯାଇଥାଏ। ଚାଉଳକୁ ଚନ୍ଦ୍ରମାଙ୍କର ଏବଂ ବିରି ଡ଼ାଲିକୁ ଶନିଙ୍କ ପ୍ରତୀକ ବୋଲି କୁହାଯାଇଥାଏ। ସବୁଜ ପନିପରିବା ବୁଧ ଗ୍ରହ ସହ ଜଡ଼ିତ। ମାନ୍ୟତା ରହିଛି ଯେ, ଖେଚେଡ଼ିର ଉତ୍ତାପ ମଙ୍ଗଳ ସୂର୍ଯ୍ୟଙ୍କ ସହ ଜଡ଼ିତ। ଏହି ଦିନରେ ନୂଆ ଚାଉଳର ଭାତ ଖାଇବା ଦ୍ୱାରା ବର୍ଷସାରା ଶରୀର ଆରୋଗ୍ୟ ରହିଥାଏ। ତେଣୁ ଏହି ଦିନରେ ଖେଚେଡ଼ି ଖାଇବା ଦ୍ୱାରା ଜାତକରେ ଗ୍ରହ ସ୍ଥିତି ଭଲ ରହିବା ସହ  ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories