www.samajalive.in
Friday, December 5, 2025
20.1 C
Bhubaneswar

ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କୁ ଲାଗିହେଲା ମକର ଚାଉଳ ଓ ପୋଡପିଠା

ଆରଡି : ପବିତ୍ର ମକର ସଂକ୍ରାନ୍ତିରେ ପରମ୍ପରା ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କୁ ଲାଗିହେଲା ମକର ଚାଉଳ ଓ ପୋଡପିଠା। ଅନ୍ୟପଟେ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତଙ୍କ ଧାଡିଦର୍ଶନ ନିମନ୍ତେ କୋଭିଡ ନିୟମ ଅନୁଯାୟୀ ସକାଳ ୭ରୁ ସନ୍ଧ୍ୟା ୫ଟାଯାଏଁ ସାହାଣମେଲା କରାଯାଇଥିଲା। ଭକ୍ତମାନେ ବ୍ୟାରିକେଡରେ ମନ୍ଦିରକୁ ଯାଇ ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିଥିଲେ। ଭଦ୍ରକ ଜିଲାପାଳଙ୍କ ନିର୍ଦେଶକ୍ରମେ ପୀଠରେ ହେବାକୁଥିବା ମେଳାକୁ ବନ୍ଦ କରାଯାଇଥିବା ବେଳେ ମେଳାସ୍ଥାନ ଗୁଡିକରେ ୧୪୪ଧାରା ଜାରୀ କରାଯାଇଛି।

ସେବାୟତ ଓ ପ୍ରଶାସନ ପକ୍ଷରୁ ଚୂଡାନ୍ତ ହୋଇଥିବା ନୀତିନୀର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ଜଳାଭିଷେକ ଆଦି ସରିବା ପରେ ନବବସ୍ତ୍ର, ଫୁଲ,ଚନ୍ଦନ, ବେଲପତ୍ର ଲାଗି କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ପରେ ପରମ୍ପରା ଅନୁଯାୟୀ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ମକର ଚାଉଳ ଓ ପୋଡପିଠା ଲାଗି କରାଯାଇଥିଲା। ସକାଳ ୯ଟାରେ ପହଡଖିଆ ଅନ୍ନନୀତି, ମଧ୍ୟାହ୍ନ ୧ଟାରେ ଯୋଗୀବେଶ ଓ ବଡନୀତି ସରିବା ପରେ ଏକଘଣ୍ଟା ଅବକାଶ(ଶୟନ) ନୀତି କରାଯାଇଥିଲା। ଅପରାହ୍ନ ୪ଟାରେ ମନ୍ଦିର ଶୋଧନ କରାଯାଇ ମଣିବାବାଙ୍କୁ ବିଭିନ୍ନ ଅଳଙ୍କାର ଓ ଫୁଲ-ଚନ୍ଦନ ଲାଗି କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ଚଳିତବର୍ଷ କୋଭିଡ କଟକଣା ଜାରି ରହିଥିବାରୁ ଆଗନ୍ତୁକ ଭକ୍ତଙ୍କ ପୂଜା ସାମଗ୍ରୀ ଲାଗି ଉପରେ ପୂର୍ବପରି କଟକଣା ବଳବତ୍ତର ରହିବା ସହ ମନ୍ଦିର ଭିତରେ ପୂଜାର୍ଚ୍ଚନା ଓ ପ୍ରସାଦ ସେବନ ଉପରେ ମଧ୍ୟ କଟକଣା ଜାରି ରହିଥିଲା।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories