www.samajalive.in
Saturday, December 6, 2025
17.1 C
Bhubaneswar

କିଶାନ କଂଗ୍ରେସର ପ୍ରସ୍ତୁତି ବୈଠକ; ୨୨ରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର : ବଲାଙ୍ଗିର ଜିଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ତଥା ପ୍ରଶାସନ ଓ ମିଲର୍ସ ମଧୁଚନ୍ଦ୍ରିକାର ପର୍ଦ୍ଦାଫାସ, ପ୍ୟାକ୍ସରେ ଧାନ କଟନି ଛଟନି। ଟାର୍ଗେଟ ଥାଇ ମଧ୍ୟ ବେପାରୀଙ୍କୁ ପ୍ରୋତ୍ସାହନ ବିରୋଧରେ ଆସନ୍ତା ଜାନୁୟାରୀ ୨୨ ତାରିଖ ଶୁକ୍ରବାର ଦିନ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପାଇଁ ସ୍ଥିର ହୋଇଛି। ଏହି ଅବସରରେ ଦିଲ୍ଲୀ କୃଷକ ଆନ୍ଦୋଳନରେ ଆଖି ବୁଜିଥିବା କୃଷକଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ବିଭିନ୍ନ ବ୍ଲକରେ କିଶାନ କଂଗ୍ରେସ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ପଂଚାୟତ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ମୁଖ୍ୟ ଅତିଥି ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା ଆହ୍ୱାନ ଦେଇଥିଲେ। ଉପ-ସଭାପତି ମନୀଷ ମିଶ୍ର, ବୁଲୁ ଦାନି, ଇଂ ରମେଶ ପୁରୋହିତ, ନବକିଶୋର ନାଏକ, ଯୁବନେତା ପ୍ରଫୁଲ୍ଲ ମିଶ୍ର, ଅଜୟ ବାଲି, ପ୍ରେମ ପ୍ରକାଶ ମିଶ୍ର, ମିଲନି ସାହୁ, ଅନିଲ ମେହେର, ଗୁଣସାଗର ମାଝି, ବିକାଶ ପାଣିଗ୍ରାହୀ, ଶ୍ରୀଧର ବାରିକ, ରାମ ପ୍ରସାଦ ମିଶ୍ର, ଶୁଶାନ୍ତ ଷଡଙ୍ଗୀ, ଫଜୁଲୁଦ୍ଧିନ ଖାନ, ସତ୍ୟାନନ୍ଦ ସୁନା, ଓମ୍ ପ୍ରକାଶ କୁମ୍ଭାର, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ସରୋଜ ରଥ, କୁନା ପ୍ରଧାନ, ଯୁଗେଶ୍ୱର ସାହୁ, ହରି ନନ୍ଦ, କୈଳାସ ମିଶ୍ର,  ପପୁ ପାତ୍ର, ଅନ୍ତ ମଛଖଣ୍ଡ, ପବିତ୍ର ନେପାକ, ବସୁଦେବ ନାଏକ, ଲଳିତ ପଟେଲ, ସୁରୁ ମେର୍ଲି, ସତ୍ୟ ନାଗ, ଗଦାଧର ମହାପାତ୍ର, ସୁଦର୍ଶନ ମିଶ୍ର, ପତିତପାବନ ପ୍ରଧାନ ଉପସ୍ଥିତ ଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଧନ୍ୟବାଦ ଦେଇଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories