www.samajalive.in
Saturday, December 6, 2025
23.1 C
Bhubaneswar

ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା : ଆସନ୍ତାକାଲିଠାରୁ ଦେଶର ୬୦୦ ଜିଲ୍ଲାରେ

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ  ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆସନ୍ତାକାଲି ଦେଶର ୬୦୦ ଜିଲ୍ଲାରେ ଆରମ୍ଭ ହେବ। ଦକ୍ଷତା ବିକାଶ ଓ ଉଦ୍ୟୋଗୀ ପ୍ରତିଭା ବିକାଶ ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହି ପର୍ଯ୍ୟାୟରେ କୋଭିଡ୍‍ ସମ୍ବନ୍ଧୀୟ ଦକ୍ଷତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବ। ଏହି ଯୋଜନାରେ ୨୦୨୦-୨୧ ବର୍ଷରେ ୮ ଲକ୍ଷ ବ୍ୟକ୍ତିଙ୍କୁ ତାଲିମ୍‍ ଦିଆଯିବ। ଏ ବାବଦରେ ୯୪୮ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୭୨୯ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର, ପ୍ୟାନେଲରେ ସ୍ଥାନ ପାଇଥିବା ଅଣ-ପିଏମକେକେ ତାଲିମ କେନ୍ଦ୍ର ଓ ୨୦୦ରୁ ଅଧିକ ଆଇଟିଆଇ ସ୍କିଲ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା କାର୍ଯ୍ୟକାରୀ କରିବେ।

ଏହା ମାଧ୍ୟମରେ ଦକ୍ଷ ପେସାଦାରମାନଙ୍କୁ ସୃଷ୍ଟି କରାଯିବ। ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ ଭିତ୍ତିକରି ମନ୍ତ୍ରଣାଳୟ ତୃତୀୟ ପର୍ଯ୍ୟାୟ ଯୋଜନାରେ ଅନେକ ନୂଆ ନୂଆ ବିଷୟକୁ ସ୍ଥାନ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜୁଲାଇ ୧୫ ତାରିଖରେ ସ୍କିଲ୍‍ ଇଣ୍ଡିଆ ମିଶନ୍‍ର ଶୁଭାରମ୍ଭ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories