www.samajalive.in
Friday, December 12, 2025
14.1 C
Bhubaneswar

ପୀଠରେ ୧୪୪ ଧାରା, ପ୍ରସିଦ୍ଧ ବାଲି ମକରମେଳା ବାତିଲ

ବଡ଼ମ୍ବା: ଚଳିତ ବର୍ଷ କୋଭିଡ ସଂକ୍ରମଣର ଭୟାବହତା କାରଣରୁ ବଡ଼ମ୍ବାର ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ଦେବଙ୍କର ବାଲି ମକରମେଳାକୁ ବାତିଲ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନର ନିଷ୍ପତିକ୍ରମେ ପୀଠରେ ୧୪୪ ଧାରା ଜାରି କରାଯାଇଛି ଏବଂ ଏହି କାରଣରୁ ସୀମିତ ଭକ୍ତ ଏହି ଅବସରରେ ମହାପ୍ରଭୁଙ୍କ ଧାଡ଼ିଦର୍ଶନ କରିବାର ବ୍ୟବସ୍ଥା କରାଯାଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ପ୍ରକାଶ। ଗୁରୁବାର ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଦେବନୀତି, ମକର ଚାଉଳ ପୂଜା ଯଥାରୀତି ସମ୍ପନ୍ନ ହେବ ଏବଂ ଅଗଣିତ ଶ୍ରଦ୍ଧାଳୁ ଏହି କଟକଣାକୁ ସମ୍ମାନ ଜଣାଇ ଶାନ୍ତିଶୃଖଂଳାର ସହିତ ଠାକୁରଙ୍କ ଦର୍ଶନ କରିବାକୁ ମନ୍ଦିର ସେବାୟତ ଓ ଉତ୍ସବପାଳନ କମିଟି ତରଫରୁ ନିବେଦନ କରାଯାଇଛି।

ମକର ଉତ୍ସବ ଅବ୍ୟବହିତ ପୂର୍ବରୁ ମହାନଦୀ ବକ୍ଷରେ ବଡ଼ମ୍ବା ଗୋପୀନାଥପୁରରୁ ସିଂହନାଥ ଦେବଙ୍କ ପୀଠକୁ କରାଯାଇଥିବା ସାମୟିକ (ଫେଆର ୱେଦର) ରାସ୍ତାକୁ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଉଦ୍‍ଘାଟନ କରିବାସହ ଉତ୍ସବ ପାଳନ ନେଇ ସ୍ଥାନୀୟ ପ୍ରଶାସନ ଉପସ୍ଥିତିରେ ମନ୍ଦିର ସେବାୟତ ତଥା ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରିଥିବା ପ୍ରକାଶ। ସେହିଭଳି କୋଭିଡ କଟକଣା ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଲକ୍ଷରେ ରଖି ପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ବଡ଼ମ୍ବାର ଭାରପ୍ରାପ୍ତ ତହସିଲଦାର ସୁରଥଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି। ଗୁରୁବାର ଅନୁଷ୍ଠିତ ହେବାକୁଥିବା ଏହି ପବିତ୍ର ଉତ୍ସବରେ ବଡ଼ମ୍ବା ତଥା ମହାନଦୀର ଦକ୍ଷିଣପାର୍ଶ୍ବ ବୈଦେଶ୍ୱର ପଟୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ପୂର୍ବାନୁମାନ କରାଯାଇଛି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories