www.samajalive.in
Thursday, December 11, 2025
13.1 C
Bhubaneswar

ପ୍ରକୃତି ଓ ଜୈବ ପର୍ଯ୍ୟଟ୍ଟନର ବିକାଶ ପାଇଁ ତାଲିମ

ଆଠଗଡ : ସଂପ୍ରତି କରୋନା ମହାମାରୀ ସମୟରେ ଗତ ପ୍ରାୟ ୧୦ ମାସ ହେବ ସମସ୍ତ ପର୍ଯ୍ୟଟନ କ୍ଷେତ୍ର ସଂପୂର୍ଣ୍ଣ ବନ୍ଦ ରହିଥିବାବେଳେ ଏବେ କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସରକାରଙ୍କ ନିଷ୍ପତ୍ତିକ୍ରମେ ଧିରେ ଧିରେ ବିଭିନ୍ନ ପର୍ଯ୍ୟଟନସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେଲାଣି। ଅଂଶୁପା ପ୍ରକୃତି ଉଦ୍ୟାନ ଓ ଜୈବ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ପର୍ଯ୍ୟଟକଙ୍କୁ ଉତ୍କର୍ଷ ସେବା ପ୍ରଦାନ ଲାଗି ୩୦ ଜଣ ଜୈବ ପର୍ଯ୍ୟଟନ ଗାଇଡଙ୍କୁ ଏକ ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ଜଙ୍ଗଳ ଓ ପରିବେଶ ବିଭାଗ ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ତାଲିମ ଶିବିରରେ ଭାରତୀୟ ପର୍ଯ୍ୟଟନ ଓ ଯାତ୍ରା ପରିଚାଳନା ଅନୁଷ୍ଠାନ ପକ୍ଷରୁ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ଅଂଶୁପା ତଟବର୍ତ୍ତୀ ଐତିହ୍ୟ ସଂପନ୍ନ ସରଣ୍ଡା ପାହାଡ ଉପରେ ବନବିଭାଗ ପକ୍ଷରୁ ବିକଶିତ ଜୈବ ଓ ପ୍ରକୃତି ପର୍ଯ୍ୟଟ୍ଟନ କ୍ଷେତ୍ରର ପରିଚାଳନା ଦାୟିତ୍ୱରେ ଥିବା ମାଳବିହାରପୁର ବନ ସୁରକ୍ଷା ସମିତି ଦ୍ୱାରା ମନୋନୀତ ୩୦ଜଣ ମହିଳା ସଦସ୍ୟଙ୍କୁ ଜୈବ ପର୍ଯ୍ୟଟନ ଗାଇଡ ଭାବେ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରୁ ୩୦ଜଣଙ୍କୁ ୧୦ଦିନ ଧରି ବ୍ୟକ୍ତିତ୍ୱ ବିକାଶ, ପର୍ଯ୍ୟଟକଙ୍କୁ କିପରି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବେ, ସରଣ୍ଡାଗଡର ଐତିହ୍ୟ ସଂପର୍କରେ ବୁଝାଇବେ, ପର୍ଯ୍ୟଟକଙ୍କ ପାଇଁ ଉନ୍ନତମାନର ଖାଦ୍ୟ ପ୍ରସ୍ତୁ ଓ ପରିବେଷଣ ଏବଂ ପର୍ଯ୍ୟଟନ କ୍ଷେତ୍ରର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବେ ସେ ସଂପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। ଆଠଗଡରେ ନବନିଯୁକ୍ତ ଡିଏଫଓ ସୁଦର୍ଶନ ଗୋପିନାଥ ଯାଧବ ଏହି ତାଲିମ ଶିବିରକୁ ଉଦ୍‌ଘାଟନ କରି ଅଂଶୁପା ଓ ଐତିହ୍ୟ ସଂପନ୍ନ ସରଣ୍ଡାଗଡ ପାହାଡ ଉପରେ ଥିବା ପ୍ରକୃତି ଉଦ୍ୟାନ ଓ ଜୈବ ପର୍ଯ୍ୟଟ୍ଟନସ୍ଥଳୀର ବିକାଶ ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉନ୍ନତ ସେବା ପ୍ରଦାନ ଲାଗି ଏହି ତାଲିମ ଶିବିରର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଭାରତୀୟ ପର୍ଯ୍ୟଟନ ଓ ଯାତ୍ରା ପରିଚାଳନା ଅନୁଷ୍ଠାନର ସହଯୋଗୀ ପ୍ରଫେସର ଡଃ ଆଦ୍ୟାଶା ଦାସ ଯୋଗଦେଇ ପର୍ଯ୍ୟଟନ ଦ୍ୱାରା ହିଁ ସରକାରଙ୍କର ଏବଂ ସ୍ଥାନୀୟ ଲୋକଙ୍କର ବ୍ୟାପକ ଆର୍ଥିକ ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସଂପ୍ରତି କରୋନା ମହାମାରୀ ପରେ ପରେ ରାଜ୍ୟ ସରକାର ପ୍ରକୃତି ପର୍ଯ୍ୟଟନ ଓ ଜୈବ ପର୍ଯ୍ୟଟନ କ୍ଷେତ୍ରଗୁଡିକୁ କିପରି ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ତାକୁ ଅଗ୍ରାଧିକାର ଦେଉଛନ୍ତି ବୋଲି କହିଥିଲେ। ସରଣ୍ଡା ପ୍ରକୃତି ଉଦ୍ୟାନ ଓ ଜୈବ ପର୍ଯ୍ୟଟନ କ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବା ସହ ସରକାରଙ୍କ କରୋନା ନିୟମାବଳୀ ଅନୁପାଳନ ପାଇଁ ମଧ୍ୟ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଭାରତୀୟ ପର୍ଯ୍ୟଟନ ଓ ଯାତ୍ରା ପରିଚାଳନା ଅନୁଷ୍ଠାନର ପ୍ରକଳ୍ପ ସହାୟକ ସପନ କୁମାର ଦାସ ଓ ଅଭୟ କୁମାର ସିଂହ ଜୈବ ପର୍ଯ୍ୟଟନ ଗାଇଡ ଭାବେ କାର୍ଯ୍ୟରତ ଭିଏସଏସର ସଭ୍ୟମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ରେଞ୍ଜର ଆୟଶା ଅଖତରୀ ନିଶା ଓ ଅନ୍ୟ ବନ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories