www.samajalive.in
Tuesday, December 9, 2025
26.1 C
Bhubaneswar

ଅଟ୍ରି ମକର ମହୋତ୍ସବ ପ୍ରସ୍ତୁତି ବୈଠକ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅଧିନସ୍ଥ ଅଟ୍ରି ହଟକେଶ୍ୱର ଦେବଙ୍କ ନିକଟରେ ଚାଲିଥିବା ମକର ମହୋତ୍ସବ ପାଇଁ ଆଜି ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ଆବାହାକତ୍ଵରେ ହଟକେଶ୍ୱରଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପୂର୍ବ ବର୍ଷ ମାନଙ୍କରେ ହେଉଥିବା କାର୍ଯ୍ୟକ୍ରମ ଅନୁଯାୟୀ ମକର ମେଳା ହେବ କିନ୍ତୁ କୌଣସି ଦୋକାନ ବଜାର ଖୋଲାଯାଇ ପାରିବ ନାହିଁ ଏବଂ ବିଧି ରକ୍ଷା ପାଇଁ ସୀମିତ ସମୟ ମଧ୍ୟରେ ମକର ମହୋତ୍ସବ କରାଯିବ ବୋଲି ସରକାର ଜାରି କରିଥିବା ଗାଇଡ଼ ଲାଇନ ଅନୁସାରେ ଲୋକମାନଙ୍କ ମତାମତକୁ ସମ୍ମାନ ଜଣାଇ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା l

ଏଠାରେ ଦୀର୍ଘ ଦଶନ୍ଧି ଧରି ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହେଉଥିବା ଅଟ୍ରି ମକର ମେଳାରେ ଲକ୍ଷ ଲକ୍ଷ ଲୋକମାନଙ୍କର ସମାଗମ ହେଉଥିବାବେଳେ ଏହା ପ୍ରାୟ ୧ ମାସ ପର୍ଯ୍ୟନ୍ତ ଚାଲିଥାଏ ଏବଂ ପ୍ରଶାସନ ପକ୍ଷରୁ ସେଠାରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥାଏ l ଏଥିସହିତ ୨୦୧୬ମସିହାରୁ ଏଠାରେ ଆୟୋଜିତ ହେଉଥିବା ମକର ମହୋତ୍ସବ ଯୋଗୁଁ ଜନଗହଳି ଦ୍ବିଗୁଣିତ ହୋଇଥାଏ l ସେଥିପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡିଥାଏ l କିନ୍ତୁ ଏବେ ମହାମାରୀ କରୋନା ଯୋଗୁଁ ସରକାର ଗତକାଲି ଜାରି କରିଥିବା ଗାଇଡ଼ ଲାଇନ ଅନୁସାରେ ମକର ମେଳା ଏବଂ ମକର ମହୋତ୍ସବ ହେବ ନା ନାହିଁ ତାକୁ ନେଇ ସଭାରେ ଆଲୋଚନା ହୋଇଥିଲା l ଏହି ସଭାରେ ବିଧାୟକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନଙ୍କ ମତାମତ ନିଆଯାଇଥିଲା l ସମସ୍ତଙ୍କ ମତାମତ ନିଆଯିବା ପରେ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା କ୍ଷେତ୍ରରେ ସରକାର ଆଦୌ ଦ୍ଵିରୁକ୍ତି ପ୍ରକାଶ କରିନାହାନ୍ତି ବୋଲି ତହସିଲଦାର ଶ୍ରୀ ମଣ୍ଡଳ ଲୋକମାନଙ୍କୁ ବୁଝାଇଥିଲେ l ମେଳା ମହୋତ୍ସବକୁ ବଜାୟ ରଖିବା ପାଇଁ ସଂକ୍ଷିପ୍ତ ଭାବରେ ପାଳନ କରିବା ଏବଂ ସେଥିପାଇଁ ସମସ୍ତ ଜନସାଧାରଣଙ୍କ ସାହାଯ୍ୟ ଦରକାର ବୋଲି କହିଥିଲେ। ବିଗତ ବର୍ଷ ମାନଙ୍କରେ ଆମକୁ ଏହି ମେଳା ମହୋତ୍ସବ ପାଇଁ କୌଣସି ବାଧା କିମ୍ବା ପ୍ରତିବନ୍ଧକ ନଥିଲା l ତେଣୁ କରୋନା ପାଇଁ ଆଗରୁ ଯେଉଁ ଢଙ୍ଗରେ ଏହି କାର୍ଯ୍ୟକ୍ରମ କରାଯାଉଥିଲା ବର୍ତ୍ତମାନ ସେହିପରି ନ କରାଯାଇ ସରକାରଙ୍କର ଗାଇଡ଼ ଲାଇନ ଅନୁସାରେ କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ l କିନ୍ତୁ ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ ସମ୍ପୂର୍ଣ ବନ୍ଦ କରା ନଯାଇ ସୀମିତ ସମୟ ମଧ୍ୟରେ ଶେଷ କରିବାକୁ ଉପଦେଶ ଦେଇଥିଲେ l

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories