ଖାତକୁ ବସ୍‍ ଖସି ୪ ମୃତ, ୩୦ ଆହତ

0

ପାଟନା : ବିହାରର ରାଜଧାନୀ ପାଟନା ନିକଟ ଅଗମକୂଆଠାରେ ଶୁକ୍ରବାର ଅପରାହ୍ଣରେ ଏକ ଯାତ୍ରୀବାହୀ ବସ୍‍ ଭାରସାମ୍ୟ ହରାଇ ଖାତକୁ ଖସିପଡ଼ିବା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି।
ଜଣେ ବାଇକ୍‍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସ୍‍ଟି ଭାରସାମ୍ୟ ହରାଇ ଖାତକୁ ଖସିପଡ଼ିଲା ବୋଲି କୁହାଯାଉଛି।
ସୂଚନା ଅନୁସାରେ ବସ୍‍ଟି ଯାତ୍ରୀଙ୍କୁ ନେଇ ପାଟନାରୁ ରୋସଡ଼ା ଯାଉଥିଲା। ବାଟରେ ଅଗମକୂଆର ଧୁନକି ବଙ୍ଗାଣିଠାରେ ଏକ ବାଇକ୍‍କୁ ସାଇଡ୍‍ ଦେବାକୁ ଯାଇ ବସ୍‍ଟି ଭାରସାମ୍ୟ ହରାଇ ଏକ ଖୁଣ୍ଟରେ ପିଟି ହୋଇ ଖାତକୁ ଖସିପଡ଼ିଥିଲା। ପୁଲିସ୍‍ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଛନ୍ତି। ବସ୍‍ ତଳେ ଓ ଭିତରେ କେତେକ ଯାତ୍ରୀ ଚାପି ହୋଇ ରହିଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply