ବିଶାକ୍ତ ମହୁଲ ମଦପିଇ ଦୁଇ ଗୁରୁତର, ମେଡିକାଲରେ ଭର୍ତ୍ତି

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଶାକ୍ତ ମହୁଲ ମଦପିଇ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇଜଣଙ୍କୁ କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନେ ଚିକିତ୍ସାଧୀନ ରହିଛନ୍ତି। କଲ୍ୟାଣସିଂହପୁର ବ୍ଲକ ଧାମୁଣପଙ୍ଗା ପଞ୍ଚାୟତ କୁଲୁମୁଇ ଗାଁର ଅନ୍ଦଲାକା ବିଶ୍ୱନାଥ ଓ ଅନ୍ଦଲାକା ବଳରାମ ଗତକାଲି ମଇିଁଷି ଚରାଇବା ପରେ  ସନ୍ଧ୍ୟାରେ କତାଗୁଡା ଗ୍ରାମକୁ ଯାଇ ମହୁଲି ମଦ ଆଣିଥିଲେ। ପରେ ଉଭୟ ବିଶ୍ବନାଥ ଓ ବଳରାମ ଗୋଟିଏ ସ୍ଥାନରେ ଏକାଠି ବସି ତାହାକୁ ପିଇଥିଲେ। କିଛି ସମୟ ପରେ ପେଟବଥା, ବାନ୍ତ, ଝାଡା ହୋଇ ଗୁରୁତର ହେବାରୁ ପରିବାଲୋକେ ସାଙ୍ଗେ ସାଙ୍ଗେ କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତମାନ ଦୁଇଜଣକୁ ଚିକିତ୍ସାଧୀନ ରହିଛନ୍ତି। ବିଶ୍ବନାଥଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବା ବେଳେ ବଳରାମର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ସେହିଭଳି ଗତକାଲି ନାରାୟଣ ପୁର ପଞ୍ଚାୟତ ସିରିପୁରୁ ଗାଁର ସମା ନିସିକା, କାଡ୍ରାକା କିର୍ତ୍ତୀ, କାଡ୍ରାକା ଅର୍ଜୁନ, ହିରା ନିସିକା ମଦ୍ୟପାନ କରି ଝାଡାବାନ୍ତି ଆକ୍ରାନ୍ତ ହୋଇ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି। ଏହି ବ୍ଲକରେ ବେଆଇନ ମଦ କାରବାର ହେଉଥିଲେ ମଧ୍ୟ ଅବକାରୀ ବିଭାଗ, ସ୍ଥାନୀୟ ପୁଲିସ ସବୁ ଜାଣି ଚୁପ ରହୁଥିବା ବୁଦ୍ଧିଜୀବୀ ମୋହଲରେ ଆଲୋଚନା ହେଉଛି।

Comments are closed.