www.samajalive.in
Sunday, December 7, 2025
26.1 C
Bhubaneswar

ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ୧୨୦ ତମ ଜନ୍ମ ବାର୍ଷିକୀ

ଭୁବନେଶ୍ୱର: ସ୍ୱାଧୀନତା ପୂର୍ବ ଓ ସ୍ବାଧୀନୋତ୍ତର ଭାରତ ବର୍ଷରେ ଜନମତକୁ ସଚେତନ ଓ ସଶକ୍ତ କରିବାରେ ଡ.ମହତାବଙ୍କର ଭୂମିକା ବଳିଷ୍ଠ ଥିଲା। ତାଙ୍କର ଜୀବନୀ, ଦର୍ଶନ ଓ ରଚନାବଳୀ, ଓଡ଼ିଆ ସାମ୍ବାଦିକତାର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ। ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ୧୨୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ‘ଓଡ଼ିଆ ସାମ୍ବାଦିକତାର ନବ ଦିଗନ୍ତ:ଡ.ମହତାବ’ ଶୀର୍ଷକ ଆଲୋଚନାଚକ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶବିଦେଶରୁ ବହୁ ବକ୍ତା ଅଂଶଗ୍ରହଣ କରି କହିଥିଲେ ଯେ ସାମ୍ବାଦିକତାକୁ ଲୋକାଭିମୁଖୀ କରିବାରେ ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କର ଅବଦାନ ଓ ଯୋଗଦାନ ଅଦ୍ୱିତୀୟ ଥିଲା। ପ୍ରକୃତ ଘଟଣା କ’ଣ ଜାଣିବା, ଜନସାଧାରଣଙ୍କୁ ଜଣାଇବା ଏବଂ ଏ ନେଇ ଜନମତକୁ ଜାଗ୍ରତ କରିବାରେ ଡ. ମହତାବ ସିଦ୍ଧହସ୍ତ ଥିଲେ ବୋଲି ତାଙ୍କର ୧୨୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ଜାତୀୟ ୱେବିନାରରେ ବିଶିଷ୍ଟ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିଆ ଷ୍ଟଡ଼ିଜ ଦ୍ୱାରା ଆୟୋଜିତ ଏହି ୱେବିନାରରେ ନିର୍ଦେଶକ ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗିରିଶ ସ୍ୱାଇଁ ସଭା ସଞ୍ଚାଳନ କରିଥିବାବେଳେ କିଶୋର ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ତମ୍ଭକାର ଅରୁଣ କୁମାର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବାଉରୀବନ୍ଧୁ କର, ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଦୀପକ ସାମନ୍ତରାୟ, ପବିତ୍ର ମହାରଥା, ଅମିତାଭ ଖିଲାର,ବିରୁପାକ୍ଷ ତ୍ରିପାଠୀ, ଓ ଶୁଭେନ୍ଦୁ ଭୂୟାଁ ପ୍ରମୁଖ। ସାଂସଦ ଭର୍ତ୍ତୃହରି ମହତାବ, ଅଷ୍ଟ୍ରେଲିଆ ଓଡ଼ିଆ ସଂଘର ସଭାପତି ନଳିନୀ ପତି, ଦୁବାଇ ସ୍ଥିତ ୟୁଏଇ. ଓଡିଶା ସମାଜର ସାଧାରଣ ସମ୍ପାଦକ ପ୍ରିତିଶ ଦାସ,ଆମେରିକାରୁ ଧୀରେନ୍ଦ୍ର କର,ଦିଲ୍ଲୀରୁ ପଞ୍ଚଯାତ ବିଭାଗର ସଂଯୁକ୍ତ ସଚିବ ସଞ୍ଜୀବ ପାଟଜୋଷୀ , ମୁମ୍ବାଇରୁ ଚଳଚିତ୍ର ତାରକା ଆଶିଷ ମିଶ୍ର, ବାଙ୍ଗାଲୋରରୁ ସାହିତ୍ୟିକ ଶଶଧର ଦାସ , ନଏଡାରୁ ଶ୍ରାବଣୀ ସ୍ୱାଇଁ , କଲିକତା ଉତ୍କଳ ଶିକ୍ଷା ସଂସଦର ଉପ ସଭାପତି ପିତାମ୍ବର ବାରିକ ଏବଂ ଭୁବନେଶ୍ୱରରୁ ହୃଷିକେଶ ପାତ୍ର ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories