ମହିନ୍ଦ୍ରା ମାରାଜୋ ଏସ୍‍ୟୁଭିର ବଜାର ପ୍ରବେଶ

0

ନାସିକ୍‍ : ମହିନ୍ଦ୍ରା ଆଣ୍ଡ୍‍ ମହିନ୍ଦ୍ରା (ଏମ୍‍ଆଣ୍ଡ୍‍ଏମ୍‍) ପକ୍ଷରୁ ମହିନ୍ଦ୍ରା ମାରାଜୋ ଏସ୍‍ୟୁଭିର ବଜାର ପ୍ରବେଶ କରାଯାଇଛି। ଦେଶରେ ରହିଥିବା ମହିନ୍ଦ୍ରା ଆଣ୍ଡ୍‍ ମହିନ୍ଦ୍ରାର ସମସ୍ତ ଡିଲରଶିପ୍‍ରେ ଏହା ଉପଲବ୍‍ଧ ହେବ। ଏହାର ଏକ୍ସ ଶୋ ରୁମ୍‍ ମୂଲ୍ୟ ୯.୯୯ ଲକ୍ଷ ଟଙ୍କା ରହିଛି। ଏହି ଅବସରରେ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ, ମାରାଜୋର ବଜାର ପ୍ରବେଶ ମହିନ୍ଦ୍ରାର ବିଶ୍ୱ ଏବଂ ଭାରତରେ ଅଟେମୋଟିଭ୍‍ ଯାତ୍ରାକୁ ପ୍ରତିପାଦିତ କରୁଛି। ମହିନ୍ଦ୍ରା ଆଣ୍ଡ୍‍ ମହିନ୍ଦ୍ରା ଲିମିଟେଡ୍‍ର ପରିଚାଳନା ନିର୍ଦେଶକ ଡ. ପୱନ୍‍ ଗୋଏଙ୍କାଙ୍କ ମତରେ ମାରାଜୋର ବଜାର ପ୍ରବେଶ ବିଶ୍ୱ ସ୍ତରରେ ମହିନ୍ଦ୍ରାର ଉତ୍ପାଦ ବିକାଶ କ୍ଷେତ୍ରରେ ବର୍ଦ୍ଧିତ ଗ୍ରହଣୀୟତାକୁ ଦର୍ଶାଉଛି।

Leave A Reply