www.samajalive.in
Monday, December 15, 2025
26.1 C
Bhubaneswar

ସାଇବର ଅପରାଧର ଶିକାର ହେଲେ ମହେଶ ବାବୁଙ୍କ ଝିଅ; ପୁଲିସର ତଦନ୍ତ ଜାରି

ହାଇଦରାବାଦ: ମହେଶ ବାବୁ ଓ ନମ୍ରତା ଶିରୋଦକରଙ୍କ ଝିଅ ସିତାରା ଘଟ୍ଟାମନେନୀ ସାଇବର ଅପରାଧର ଶିକାର ହୋଇଛନ୍ତି। ୧୧ ବର୍ଷୀୟା ସିତାରାଙ୍କର ଏକ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ କରାଯାଇଛି, ଯେଉଁଥିରେ ସେ ନିଜକୁ ମହେଶ ବାବୁଙ୍କ ଝିଅ ବୋଲି କହିବା ସହ ୟୁଜରମାନଙ୍କୁ ବାଣିଜ୍ୟ ଓ ନିବେଶ ଲିଙ୍କ୍‌ ମଧ୍ୟ ପଠାଉଛି।

ସିତାରାଙ୍କ ମାଆ ନମ୍ରତା ଏ ସମ୍ବନ୍ଧରେ ମହେଶ ବାବୁଙ୍କ ଟିମ୍‌ ଦ୍ବାରା ଏକ ବିଧିବଦ୍ଧ ବିବୃତି ଜାରି କରିଛନ୍ତି। ସେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ନମ୍ରତା ଲେଖିଛନ୍ତି, ସାବଧାନ! ଏହା ହେଉଛି @sitarghattamaneniଙ୍କ ଏକମାତ୍ର ଆକାଉଣ୍ଟ। ଏହା ଆକାଉଣ୍ଟ ବ୍ୟତୀତ ଅନ୍ୟ କୌଣସି ହ୍ୟାଣ୍ଡେଲ ବିଶ୍ୱାସଯୋଗ୍ୟ ନୁହେଁ।

- Advertisement -

ବିବୃତ୍ତିରେ ମହେଶ ବାବୁଙ୍କ ଟିମ୍‌ ଶେୟାର କରିଛନ୍ତି ଯେ, ପୁଲିସ ଅଧିକାରୀମାନେ ଏହି ମାମଲାର ତଦନ୍ତ କରୁଛନ୍ତି। ସିତାରାଙ୍କ ନକଲି ଆକାଉଣ୍ଟ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ମଧ୍ୟ ଯଥା ସମ୍ଭବ ଉଦ୍ୟମ କରାଯାଉଛି। ଏହି ସାଇବର ଅପରାଧ ସମ୍ପର୍କରେ ପୁଲିସ ଚେତାବନୀ ଦେଇଛି। ଜଣେ ଅଜ୍ଞାତ ୟୁଜର ନିଜକୁ ସିତାରା ବୋଲି ପରିଚୟ ଦେଇ ଅନ୍ୟ ୟୁଜରମାନଙ୍କୁ ବାଣିଜ୍ୟ ଏବଂ ବିନିଯୋଗ ଲିଙ୍କ୍ ପଠାଉଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories