www.samajalive.in
Wednesday, December 10, 2025
16.1 C
Bhubaneswar

ଭାରତ –ଅଷ୍ଟ୍ରେଲିଆ ଫାଇନାଲ: ରନ୍ ୧୫୦ ପାର୍

ବେନୋନୀ : ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପର ଫାଇନାଲ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ବେନୋନୀର ଭିଲୋମୁର ପାର୍କ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛି । ଅଷ୍ଟ୍ରେଲିଆ ୩୩ ଓଭରରେ ୩ ଓ୍ବିକେଟରେ ୧୫୫ ରନ୍ କରିଛି । ହରଜିତ ସିଂହ ଏବଂ ଓ୍ବିକେଟକିପର ରୟାନ ହିକ୍ସ କ୍ରିଜରେ ଅଛନ୍ତି । ଉଭୟଙ୍କ ମଧ୍ୟରେ ପାର୍ଟନରସିପରେ ୫୦ ରନ୍ ହୋଇସାରିଛି ।

ହେରୀ ଡିକ୍ସନ ୪୨ ରନ୍ କରି ଆଉଟ ହୋଇଥିଲେ । ତାଙ୍କୁ ନମନ ତିଓ୍ବାରୀ ଅଭିଷେକଙ୍କ ହାତରେ କ୍ୟାଚ୍ କରାଇଲେ । ଏହା ନମନଙ୍କ ଦ୍ବିତୀୟ ଓ୍ବିକେଟ୍ । ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପରେ ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଥର ମୁହାଁମୁହିଁ ହେଉଛନ୍ତି । ପୂର୍ବରୁ ୨ ଥର ଟିମ୍ ଭାରତ ବିଜୟ ହାସଲ କରିଥିଲା । ୨୦୧୨ରେ ଭାରତ ୮ ଓ୍ବିକେଟରେ ଏବଂ ୨୦୧୮ରେ ୬ ଓ୍ବିକେଟରେ ଜିତିଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories