ସିଟରେ ଠିଆ ହୋଇ ଚଲାଉଥିଲେ ବାଇକ୍, ଦୁର୍ଘଟଣା ପରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । ଏଥିରେ କିଛି ମଜାଳିଆ ହୋଇଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଚକିତ କରିଥାଏ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବକ ବାଇକରେ ଷ୍ଟଣ୍ଟ ମାରୁଛନ୍ତି । କିନ୍ତୁ ଏହି ସମୟରେ ସେ ଭାରସାମ୍ୟ ହରାଇ ଦେଉଛନ୍ତି ଏବଂ ଏକ ଦୁର୍ଘଟଣା ଘଟିଯାଉଛି ।

 

View this post on Instagram

 

A post shared by Karan Bhardwaj (@born_of_web)

କରଣ ଭରଦ୍ବାଜ ନାମକ ଜଣେ ୟୁଜର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ ଜଣେ ଯୁବକ ଖାମଖିଆଲି ଭାବେ ବାଇକ୍ ଚଳାଉଛନ୍ତି ଏବଂ ଏଥିରେ ଷ୍ଟଣ୍ଟ ମାରୁଛନ୍ତି । ସେ ନିଜ ହାତ ଛାଡି ବାଇକକୁ ଶୂନ୍ୟରେ ଉଡାଇବା ଭଳି ସିଟ୍ ଉପରେ ଠିଆ ହୋଇ ଚଲାଉଛନ୍ତି । କିନ୍ତୁ ଶେଷରେ ଭାରସାମ୍ୟ ହରାଇ ସେ ବାଇକ ସହିତ ପଡିଯାଉଛନ୍ତି । ଅଳ୍ପକେ ତାଙ୍କ ଜୀବନ ରକ୍ଷା ହୋଇଯାଉଛି କିନ୍ତୁ ଗାଡିଟି ସାମାନ୍ୟ କ୍ଷତିଗ୍ରସ୍ତ ହେଉଛି ।

ଭିଡିଓ ସେୟାର ହେବା ପରେ ଏହାକୁ ୧୨ ମିଲିୟନରୁ ଅଧିକ ଭ୍ୟୁଜ୍ ମିଳିସାରିଛି ଏବଂ ଦେଢ ଲକ୍ଷରୁ ଅଧିକ ଲାଇକ୍ସ ଏଥିରେ ମିଳିସାରିଛି । ଭିଡିଓରେ କମେଣ୍ଟ କରି ଜଣେ ୟୁଜର ଲେଖିଛନ୍ତି କି ‘ଏଭଳି କିଛି ଲୋକଙ୍କ ସକାଶେ କିଛି ନିର୍ଦ୍ଦୋଶ ଲୋକ ରାସ୍ତାରେ ହଇରାଣ ହୁଅନ୍ତି ।’ ଆଉ କିଛି ଲୋକ ତାଙ୍କ ଗିରଫ ଦାବି କରିଛନ୍ତି ।

Comments are closed.