www.samajalive.in
Saturday, December 6, 2025
14.1 C
Bhubaneswar

ମହାରାଷ୍ଟ୍ରରେ କ୍ୟାବିନେଟ ମନ୍ତ୍ରୀ ଅଶୋକ ଚୌହାନ କରୋନା ସଂକ୍ରମିତ

ମୁମ୍ବଇ: ମହାରାଷ୍ଟ୍ରରେ ଉଦ୍ଧବ ସରକାରର କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ତାଙ୍କର ରକ୍ତ ଏବଂ ସ୍ବାବ ପରୀକ୍ଷା କରାଯାଇଥିଲା। ସୋମବାର ତାହା ପଜିଟିଭ ଆସିଛି। ଏହା ପରେ ତାଙ୍କୁ ନାନ୍ଦେଡରେ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ନିକଟରେ ଏନସିପି ନେତା ତଥା ମନ୍ତ୍ରୀ ଜିତେନ୍ଦ୍ର ଅୱାହଦ କରୋନା ସଂକ୍ରମିତ ହୋଇଥିଲେ। ମୁମ୍ବଇର ଏକ ହସ୍ପିଟାଲରେ ୨ ସପ୍ତାହ ଧରି ତାଙ୍କୁ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ। ଗତ ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ କରୋନା ବିରୋଧୀ ଲଢ଼େଇ ଦିନକୁ ଦିନ ଅତ୍ୟନ୍ତ କଠୋର ହେବାରେ ଲାଗିଛି। ଏହାର ମୁକାବିଲା ଲାଗି ଯେକୌଣସି ଜରୁରୀ ପରିସ୍ଥିତିର ସାମ୍ନା କରିବା ପାଇଁ ସରକାର ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧାର ବ୍ୟବସ୍ଥା କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories