www.samajalive.in
Saturday, December 6, 2025
15.1 C
Bhubaneswar

୨ମାସ ପରେ ଆରମ୍ଭ ହେଲା ଘରୋଇ ବିମାନ ସେବା; ଯାତ୍ରୀଙ୍କୁ ଫେସ୍‌ କଭର ମାସ୍କ, କର୍ମଚାରୀ ପିନ୍ଧିଲେ ପିପିଇ କିଟ୍‌

ନୂଆଦିଲ୍ଲୀ: ୨ ମାସ ପରେ ଦେଶର ବିଭିନ୍ନ ରାଜ୍ୟରେ ସୋମବାରଠାରୁ ଘରୋଇ ବିମାନ ଉଡ଼ାଣ ସେବା ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ପ୍ରାୟ ୬ଟା ୫୦ରେ ଏକ ଘରୋଇ ବିମାନ ଭୁବନେଶ୍ଵର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ଏୟାରଲାଇନ୍ସ ତରଫରୁ ଫେସ କଭର ମାସ୍କ ପ୍ରଦାନ କରଯାଇଥିଲା। ଏହା ସହିତ ବିମାନ କର୍ମଚାରୀମାନେ ପିପିଇ(ବ୍ୟକ୍ତିଗତ ସୁରକ୍ଷା ଉପକରଣ) କିଟ୍‌ ପିନ୍ଧି ଡ୍ୟୁଟି କରୁଥିବା ଦେଖାଯାଇଥିଲା।

ସୂଚନା ଅନୁସାରେ, ଭିସ୍ତାରା ଏୟାରଲାଇନ୍ସର ବିମାନ ଦିଲ୍ଲୀରୁ ଭୁବନେଶ୍ଵର ଉଡ଼ାଣ କରିଥିଲା। ଏହା ପୂର୍ବରୁ ଭୋର ୪ଟା ୪୫ରେ ଦିଲ୍ଲୀରୁ ପୁଣେକୁ ପ୍ରଥମ ବିମାନ ଉଡ଼ାଣ କରିବାର ଥିଲା। କିନ୍ତୁ ଏ ସମ୍ପର୍କିତ କୌଣସି ତଥ୍ୟ ମିଳିପାରି ନାହିଁ। ସୂଚନାଯୋଗ୍ୟ, ପ୍ରାୟ ୨ ମାସ ପରେ ବିମାନ ଉଡ଼ାଣ ଆରମ୍ଭ ହୋଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। କରୋନା ଭୂତାଣୁକୁ ନେଇ ଯାତ୍ରୀମାନେ ବି ସତର୍କ ରହିଥିବା ଦେଖାଯାଇତିଲା। ଦିଲ୍ଲୀ ବିମାନବନ୍ଦରରେ ରାତି ୨ଟାରୁ ଯାତ୍ରୀମାନେ ପ୍ରବେଶ କରିବା ଆରମ୍ଭ କରିଥିଲେ। ଗାଇଡଲାଇନ ଅନୁସାରେ ପ୍ରବେଶ ଦ୍ବାରରେ ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହା ପରେ ସେମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories