ଆଜି ରାଜ୍ୟରୁ ଚିହ୍ନଟ ୧୦୩ ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଲା ସୂଚନା ଓ ଲୋକସମ୍ପର୍କ ବିଭାଗ
ଭୁବନେଶ୍ଵର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦୩ ଜଣ କରୋନା ଆକ୍ରାନ୍ତ । ସୋମବାର ଚିହ୍ନଟ ହୋଇଥିବା ୧୦୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ୧୦୩ ଜଣ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ପ୍ରଦାନ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଆଜି ଚିହ୍ନଟ ହୋଇଥିବା ୧୦୩ଜଣଙ୍କ ମଧ୍ୟରୁ ୯୬ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୭ଜଣ ସ୍ଥାନୀୟ ଲୋକ ଅଛନ୍ତି ।
ଏମାନଙ୍କ ଭିତରୁ ଆଜି ଦେବଗଡ଼ ଜିଲ୍ଲାରୁ ସର୍ବାଧିକ ୨୨, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରୁ ୫ଜଣ ଲେଖାଏଁ , ବଲାଙ୍ଗୀର ଓ ଭଦ୍ରକ ଜିଲ୍ଲାରୁ ୮ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫, ଜଗତସିଂହପୁର ଜିଲ୍ଲାରୁ ୧୦ଜଣ, ଗଞ୍ଜାମ ଜିଲ୍ଲାରୁ ୪ଜଣ , ମାଲକାନଗିରି ଜିଲ୍ଲାରୁ ୯ଜଣ, କୋରାପୁଟ ଓ ଗଜପତି ଜିଲ୍ଲାରୁ ୬ଜଣ ଲେଖାଏଁ, ଯାଜପୁର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
15 cases in Kendrapada
(All in quarantine centres. 7 WB, 4 Telengana, 1 Gujarat, 1 TN & 2 Karnataka returnees)04 cases in Khurdha
(All in quarantine centres. 03 Gujarat & 1 Maharashtra returnees)01 case in Bhubaneswar
( In home quarantine. Local case)— I & PR Department, Odisha (@IPR_Odisha) May 25, 2020
ଆଜି ଦେଓଗଡ଼ରୁ ଚିହ୍ନଟ ହୋଇଥିବା ୨୨ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ କ୍ୱାରେଣ୍ଟାଇନ୍ରେ ରହିଥିବା ବେଳେ ଏନ୍ୟ ୩ଜଣ ସ୍ଥାନୀୟ ଲୋକ ରହିଥିବା ଜଣାପଡିଛି । ତେବେ କ୍ୱାରେଣ୍ଟାଇନ୍ରେ ଥିବା ୧୯ଜଣଙ୍କ ମଧ୍ୟରୁ ୩ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୧୬ଜଣ ତାମିଲନାଡୁ ଫେରନ୍ତା ରହିଛନ୍ତି । ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ଆନ୍ଧ୍ରପ୍ରଦେଶ ଫରେନ୍ତା । ଗଜପତିରୁ ଚିହ୍ନଟ ହୋଇଥିବା ୬ଜଣ ସଂକ୍ରମିତ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ତାମିଲନାଡୁ ଫେରନ୍ତା, ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଜଣେ ମହାରାଷ୍ଟ୍ର ଫେରନ୍ତା । ଭଦ୍ରକରୁ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୪ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ଜଣ ଗୁଜୁରାଟ ଫେରନ୍ତା, ଜଣେ ତେଲେଙ୍ଗାନା ଫରେନ୍ତା ଓ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ବୋଲି ଜଣାପଡିଛି ।
01 case in Keonjhar
(In quarantine centre. Maharashtra returnee)09 cases in Malkangiri
(8 in quarantine centres. 4 AP, 2 Telengana & 2 TN returnees. 1 local case)22 cases in Deogarh
(19 in quarantine centres. 3 AP & 16 TN returnees. 3 local cases)— I & PR Department, Odisha (@IPR_Odisha) May 25, 2020
କେନ୍ଦ୍ରାପଡାରୁ ଚିହ୍ନଟ ହୋଇଥିବା ୧୫ଜଣ ସଂକ୍ରମିତଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗ ଫରେନ୍ତା, ୪ଜଣ ତେଲେଙ୍ଗାନା ଫରେନ୍ତା, ଜଣେ ଗୁଜୁରାଟ ଫରେନ୍ତା, ଜଣେ ତାମିଲନାଡୁ ଫେରନ୍ତା ଓ ୨ଜଣ କର୍ଣ୍ଣାଟକ ଫରେନ୍ତା ରହିଥିବା ବେଳେ ସମସ୍ତେ ଫରେବା ପରେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ଗୁଜୁରାଟ ଫରେନ୍ତା ହୋଇଥିବା ବେଳେ ଜଣେ ମହାରାଷ୍ଟ୍ର ଫରେନ୍ତା । ସମସ୍ତେ ଫେରିବା ପରେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ସେହିପରି ଭୁବନେଶ୍ୱରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିଲେ । କେନ୍ଦୁଝରରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ମହାରାଷ୍ଟ୍ର ଫେରନ୍ତା । ସେ ମହାରାଷ୍ଟ୍ରରୁ ଫେରିବା ପରେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ସେହିପରି ମାଲକାନାଗିରିରୁ ଚିହ୍ନଟ ହୋଇଥିବା ୯ଜଣ ସଂକ୍ରମିତଙ୍କ ମଧ୍ୟରୁ ୪ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୨ଜଣ ତେଲେଙ୍ଗାନା ଫେରନ୍ତା, ୨ଜଣେ ତାମିଲନାଡୁ ଫେରନ୍ତା ଏବଂ ଜଣେ ସ୍ଥାନୀୟ ବୋଲି ଜଣାପଡିଛି ।
08 cases in Bhadrak
(All in quarantine centres. 4 WB, 2 Gujarat, 1 Telengana & 1 AP returnees)08 cases in Bolangir
(All in quarantine centres. 5 Maharastra, 2 Gujarat & 1 CG returnees)01 case in Dhenkanal
(In quarantine centre. CG returnee)— I & PR Department, Odisha (@IPR_Odisha) May 25, 2020
ସେହିପରି ଯାଜପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତ ଜଣଙ୍କ ସୁରଟ ଫେରନ୍ତା । କିଛି ଦିନ ତଳେ ସେ ସୁରଟରୁ ଫେରି କ୍ୱାରେଣ୍ଟାଇନ୍ରେ ରହିଥିଲା । ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତ ସ୍ଥାନୀୟ ଥିବା ବେଳେ ୨ଜଣ କ୍ୱାରେଣ୍ଟାଇନ୍ରେ ଥିଲେ । କୋରାପୁଟରୁ ଚିହ୍ନଟ ହୋଇଥିବା ୬ଜଣ ସଂକ୍ରମିତ କ୍ୱାରେଣ୍ଟାଇନ୍ରେ ରହିଥିଲେ । କିଛି ଦିନ ତଳେ ସମସ୍ତ ସଂକ୍ରମିତ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ଆନ୍ଧ୍ରପ୍ରଦେଶରୁ ଆସିବା ପରେ ସମସ୍ତେ କ୍ୱାରେଣ୍ଟାଇନ୍ରେ ରହିଥିଲେ ।
01 case in Kandhamal
(In quarantine centre. Surat returnee)10 cases in Jagatsinghpur
(All in quarantine centres. 8 WB & 2 TN returnees)— I & PR Department, Odisha (@IPR_Odisha) May 25, 2020
ବଲାଙ୍ଗୀରରୁ ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୫ଜଣ ମହାରାଷ୍ଟ୍ର ଫେରନ୍ତା, ୨ଜଣ ଗୁଜୁରାଟ ଫେରନ୍ତା, ଜଣେ ଛତିଶଗଡ଼ ଫରେନ୍ତା । ସମସ୍ତ କ୍ୱାରେଣ୍ଟାଇନ୍ ରହିଥିଲେ । ଢେଙ୍କାନାଳରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ଛତିଶଗଡ ଫେରନ୍ତା । କନ୍ଧମାଳରୁ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ସୁରଟ ଫେରନ୍ତା । ସେ କ୍ୱାରେଣ୍ଟାଇନ୍ରେ ରହିଥିଲେ । ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ୧୦ଜଣେ ସଂକ୍ରମିତଙ୍କ ମଧ୍ୟରୁ ୮ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ୨ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନ୍ ରହିଥିଲେ ।
Comments are closed.