www.samajalive.in
Saturday, December 6, 2025
16.1 C
Bhubaneswar

ବସ୍‌‌ରେ ଲାଗିଲା ନିଆଁ ; ଚାଲିଗଲା ୧୧ ଜୀବନ

ନାସିକ୍‌‌ : ମହାରାଷ୍ଟ୍ରର ନାସିକ୍‌‌ରୁ ଆଜି ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଟ୍ରକ ସହ ଧକ୍କା ହେବା ପରେ ଏକ ବସ୍‌‌ରେ ଭୀଷଣ ନିଆଁ ଲାଗି ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ନେଇ ଖବର ମିଳିଛି। ପୁଣେକୁ ଯାଉଥିବା ଏହି ବସଟିରେ ନାସିକ-ଔରଙ୍ଗାବାଦ ରାସ୍ତାରେ ଟ୍ରକ ସହ ଧକ୍କା ହେବା ପରେ ନିଆଁ ଲାଗି ଯାଇଥିଲା। ଖବର ପାଇ ନାସିକ୍‌‌ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ କହିବାନୁଯାୟୀ, ମୃତଦେହ ଓ ଆହତଙ୍କୁ ହସ୍ପିଟାଲ ଅଣାଯାଇଥିଲା।
ଦୁର୍ଘଟଣା ବିଷୟରେ ଜାଣିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିଜନଙ୍କ ପାଇଁ ୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଘଟଣା ସଠିକ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଭୋର ପ୍ରାୟ ୫ଟା ସମୟରେ ଏକ ଟ୍ରକ ସହ ଧକ୍କା ହେବା ପରେ ନାସିକର ଔରଙ୍ଗାବାଦ ରାସ୍ତାରେ ବସରେ ନିଆଁ ଲାଗି ଯାଇଥିଲା। ଦମକଳ କର୍ମଚାରୀ ପହଞ୍ଚିବା ପରେ ନିଆଁକୁ କାବୁ କରିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories