www.samajalive.in
Saturday, December 6, 2025
17.1 C
Bhubaneswar

ମହାପ୍ରଭୁଙ୍କ ଖଜାଭୋଗକୁ ଜିଆଇ ମାନ୍ୟତା ତଥ୍ୟ ସଂଗ୍ରହ

ପୁରୀ: ମହାପ୍ରଭୁଙ୍କୁ ଲାଗିହୁଏ ଷାଠିଏ ପଉଟି ଭୋଗ । ସେଥିମଧ୍ୟରୁ ଖଜା ମହାପ୍ରସାଦ ଅନ୍ୟତମ । ମହାପ୍ରଭୁଙ୍କଠାରେ କାହିଁ କେଉଁ କାଳରୁ ନୈବେଦ୍ୟ ଭାବରେ ଲାଗି ହୋଇ ଆସୁଛି ଖଜାଭୋଗ । ହେଲେ ମହାପ୍ରଭୁଙ୍କ ଖଜାଭୋଗକୁ ମିଳିନି ଜିଆଇ ମାନ୍ୟତା । କିନ୍ତୁ ବିହାର ସିଲାଓ ଖଳାକୁ ଭାରତର ପ୍ରଥମ ଖଜାଭାବେ ଜିଆଇ ମାନ୍ୟତା ମିଳି ସାରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। କମିଟିରେ ଶ୍ରୀମନ୍ଦିର ସେବାୟତଙ୍କ ସହ ଜିଆଇ କନସଲଟାଣ୍ଟ ଥିବା ବେଳେ ମହାପ୍ରଭୁଙ୍କ ଖଜାଭୋଗକୁ ଜିଆଇ ମାନ୍ୟତା ମିଳିବ ସେନେଇ ତଥ୍ୟ ପ୍ରମାଣ ସଂଗ୍ରହ ଖୋଜା ଚାଲିଛି। ତଥ୍ୟ ସଂଗ୍ରହ ପରେ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯିବ। ଶ୍ରୀମନ୍ଦିରରେ ଖଳା କେବେ ଠାରୁ ଉତ୍ପରି ହୋଇଛି? ଏହାର ସ୍ବତନ୍ତ୍ର ପ୍ରସ୍ତୁତି ପ୍ରଣାଳୀ କିପରି ରହିଛି ? ଏହି ସବୁ ତ‌ଥ୍ୟକୁ ନେଇ ଜିଆଇ ପଞ୍ଜୀକରଣ କରାଯିବ। ପ୍ରକାଶ ଥାଉକି, ୨୦୧୮ ମସିହା ଡିସେମ୍ବର ୧୧ରେ ବିହାର ନାଳନ୍ଦାର ସିଲାଓ ଖଳାକୁ ଭାରତର ପ୍ରଥମ ଖଜାଭାବେ ଜିଆଇ ମାନ୍ୟତା ମିଳିଛି । ଏହାର ଅର୍ଥ ଖଜା ବିହାରର ସିଲାଓରୁ ଉତ୍ପତ୍ତି ହୋଇଛି।

ପରବର୍ତ୍ତୀ ସମୟରେ ଖଜା ଅନ୍ୟାନ୍ୟ ଅଞ୍ଚଳରେ ତିଆରି କରାଯାଇଥିବା ସୂଚନା ରହିଛି। ଶ୍ରୀମନ୍ଦିର ଖଳାକୁ ଜିଆଇ ମାନ୍ୟତା ପାଇଁ ଆବେଦନ ହେବା ଉଚିତ ବୋଲି ସେବାୟତ ଓ ଜଗନ୍ନାଥପ୍ରେମୀ ମତ ରଖୁଛନ୍ତି। ବିହାର ଖଜାର ସ୍ବାଦ ଓ ପ୍ରସ୍ତୁତି ଶ୍ରୀମନ୍ଦିର ଖଜାଠାରୁ ସମ୍ପୂର୍ଣ ଅଲଗା। ଶ୍ରୀମନ୍ଦିରରେ ଶୁଦ୍ଧ ଘିଅ ମ‌ଇଦା, ଗୁଡ଼, ଚିନି, ଅଟାରୁ ଖଜା ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ଯାହାକି ଅନ୍ୟ ସ୍ଥାନରେ ମିଳୁଥିବା ଖଜାଠାରୁ ଏହା ସ୍ବାଦିଷ୍ଟ । ମହାପ୍ରଭୁଙ୍କ ଛପନ ଭୋଗ ମଧ୍ୟରେ ଖଜା ଭୋଗ ଅନ୍ୟତମ । ଶ୍ରୀମନ୍ଦିର ୧୨ ଶହ ଶତାବ୍ଦୀର ମନ୍ଦିର। ମନ୍ଦିରରେ ମହାପ୍ରଭୁ ଥିବା ସମୟରୁ ହିଁ ଖଜା ମହାପ୍ରସାବ ନୈବେଦ୍ୟ ଭାବରେ ଲାଗି ହୋଇ ଆସୁଛି। ଇତିହାସ ଅବଲୋକନ କଲେ ୫ଶହ ବର୍ଷରୁ ଅଧିକ ହେବ ଶ୍ରୀମନ୍ଦିରରେ ଖଜା ଭୋଗ ପ୍ରଚଳିତ ହୋଇ ଆସୁଛି। ଏଣୁ ଖଳା ବିହାରରୁ ନୁହେଁ ଶ୍ରୀମନ୍ଦିରରୁ ହିଁ ଉତ୍ପତ୍ତି ବୋଲି ଶ୍ରୀମନ୍ଦିର ସେବାଯତ ମତ ରଖୁଛନ୍ତି । ତେଣୁ ଶ୍ରୀମନ୍ଦିର ଖଜାକୁ ଜିଆଇ ମାନ୍ୟତା ନେଇ ରାଜ୍ୟ ସରକାର ସହଯୋଗ କରିବାକୁ ସେବାୟତମାନେ ଦାବି କରିଛନ୍ତି । ଓଡ଼ିଶାର ଜିଆଇ କନସଲଟାଣ୍ଟ ଡ. ଅନିତା ସାବତ କୁହନ୍ତି, ଶ୍ରୀମନ୍ଦିର ଖଜା ମହାପ୍ରସାଦକୁ ଜିଆଇ ମାନ୍ୟତା ପାଇଁ ଚଳିତ ବର୍ଷ ଏପ୍ରିଲରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଥିଲା । ଶ୍ରୀମନ୍ଦିର ସେବାୟତଙ୍କ ସହ ଏନେଇ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଖଜା ଆମର ପ୍ରସିଦ୍ଧ ହୋଇଥିଲେ ମଧ୍ୟ ଏହାକୁ ଜିଆଇ ମାନ୍ୟତା ମିଳିନାହିଁ । ଶ୍ରୀମନ୍ଦିର ଖଜା ମହାପ୍ରସାଦକୁ ଆଗାମୀ ଦିନରେ ଜିଆଇ ମାନ୍ୟତା ମିଳିବ। ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକ‌ତା ରହିଛି।

- Advertisement -

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories