www.samajalive.in
Monday, December 15, 2025
16.1 C
Bhubaneswar

ବିବାଦ ତୁଟାଇବାକୁ ମଧ୍ୟସ୍ଥତା କରିବି

ଝାରସୁଗୁଡ଼ା : ମହାନଦୀ ମରିବାକୁ ଯାଉଛି, ଏଥିପାଇଁ କେବଳ ରାଜନୈତିକ ନେତୃତ୍ବ ଦାୟୀ । ମହାନଦୀ ଜଳବିବାଦ ସମସ୍ୟାର ସମାଧାନ ଖୁବ୍ ସହଜ। କିନ୍ତୁ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସେ ଶକ୍ତି ନାହିଁ ଯେ ଏହାର ସମାଧାନ କରିପାରିବ। କେବଳ ବାର୍ତ୍ତାଳାପରେ ହିଁ ସମାଧାନର ସୂତ୍ର ରହିଛି ବୋଲି ଜଳପୁରୁଷ ଡ.ରାଜେନ୍ଦ୍ର ସିଂ ଓଡ଼ିଶାରେ ମହାନଦୀର ପ୍ରାରମ୍ଭ ସ୍ଥଳ ଶୁଖାସୋଢ଼ା ଓ ଛତିଶଗଡ଼ର ଶେଷ ବିନ୍ଦୁ କଲମା ବ୍ୟାରେଜ ପରିଦର୍ଶନ କରିବା ପରେ ଏହା କହିଛନ୍ତି। ଡ. ସିଂ ମହାନଦୀର ଦୁଃସ୍ଥିତିକୁ ନେଇ କ୍ଷୋଭ ବ୍ୟକ୍ତ କରିବା ସହ ଓଡ଼ିଶାରେ ଥିବା ଯାଏ (ଆଗାମୀ ଦୁଇଦିନ) ଅନ୍ନଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ତେବେ ଏହି ବିବାଦ ସମାଧାନ ପାଇଁ ସେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି।
ଗୁରୁବାର ସନ୍ଧ୍ୟା‌େ‌ର ଝାରସୁଗୁଡ଼ା ମାଇକ୍ରୋ କଣ୍ଟିନେଣ୍ଟାଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ, ମହାନଦୀ ନ୍ୟାୟାଧୀକରଣ ଗଠନର ୪ ବର୍ଷ ପୂର୍ତ୍ତି ପରେ ବର୍ତ୍ତମାନ ନଦୀର ସ୍ଥିତି ଅନୁଧ୍ୟାନ ପାଇଁ କଟକଠାରୁ ଛତିଗଡ଼ର କଲମା ପର୍ୟ୍ୟନ୍ତ ଜାତୀୟସ୍ତରର ନଦୀ ସୁରକ୍ଷା ସଂଗ୍ରାମୀମାନଙ୍କୁ ନେଇ ମହାନଦୀ ଯାତ୍ରା କରାଯାଇଥିଲା । ତେବେ ଆଜି ଓଡ଼ିଶାର ପ୍ରଥମ ଗାଁ ସୁଖାସୋଡା ଯାତ୍ରା କଲା ପରେ ଦଳର ସମସ୍ତ ସଦସ୍ୟ ହତପ୍ରଭ ହୋଇଯାଇଥିଲୁ। କାରଣ କଲମା ବ୍ୟାରେଜ ଉପରେ ସମୁଦ୍ର ଭଳି ପାଣି ପ୍ରବାହିତ ହେଉଥିବା ଓଡ଼ିଶା ପଟରେ ସମ୍ପୂର୍ଣ୍ଣ ମରୁଭୂମି।
ଜଳପୁରୁଷ ଡ.ରାଜେନ୍ଦ୍ର ସିଂ କହିଥିଲେ ମହାନଦୀର ସଂଘର୍ଷ ଗତ ୭ବର୍ଷ ହେଲା ଜାରି ରହିଛି । ଏହାକୁ ସରକାରମାନେ କାବେରୀ ବିବାଦ କରିବାକୁ ଚାହୁଁଛନ୍ତି, ଯେମିତି କାବେରୀ ବିବାଦ ୬୦ବର୍ଷ ହେଲା ପରେ ବି ସମାଧାନର ସୂତ୍ର ବାହାରି ପାରିନାହିଁ । ତେବେ ନଦୀର ବିବାଦ ଏତେ ବଡ଼ ନୁହେଁ ଯେ ସମାଧାନ ବାହାରି ପାରିବ ନାହିଁ, ଏହାର ସମାଧାନର ସୂତ୍ର ଖୁବ୍ ସହଜ । ନଦୀରେ ପୁନର୍ଭରଣ ଧାରା ବହୁତ ଅଛି ଓ ଭୂ ଗର୍ଭସ୍ଥ ଜଳଧାରଣ ସମ୍ଭାବନା ବି ଅଧିକ ଅଛି । ମାତ୍ର ଏତିକି କରିବା ଦରକାର ଯେ ଛତିଶଗଡ଼ ସରକାର ୬୬ ଫାଟକରୁ କେବଳ ୫ଫାଟକ କେବଳ ଅଧା ମିଟର ଖୋଲି ଦେଲେ ଏହି ନଦୀ ପୁଣି ନିଜ ପ୍ରାକୃତିକ ଧାରାରୋ ବହିବାରେ ଲାଗିବ । ମୋ ଜୀବନର ୪୫ବର୍ଷ କାଳରେ ଅନେକ ଛୋଟ ନଦୀ ମରିଯିବା ଦେଖିଛି କିନ୍ତୁ ମହାନଦୀ ଭଳି ଏକ ରାଷ୍ଟ୍ରୀୟ ନଦୀ ମରିବା ଅବସ୍ଥାକୁ ଆସିବା ବିଷୟ ଭାରି କଷ୍ଟକର। ଜୀବନରେ ୧୩,୮୦୦ ଛୋଟ ଛୋଟ ବନ୍ଧ ବାନ୍ଧି ୧୩ଟି ଛୋଟ ଛୋଟ ନଦୀକୁ ପୁନର୍ଜୀବିତ କରିଛି । ମହାନଦୀ ପୁଣି ପୂର୍ବଭଳି ପ୍ରାକୃତିକ ସ୍ରୋତରେ ପ୍ରବାହିତ ହେଉ ଓ କୋଟି କୋଟି ଜନତାଙ୍କ ଜୀବନ ଆଧାର ପାଲଟୁ ତାହା ମୁଁ ଚାହେଁ ବୋଲି ଶ୍ରୀ ସିଂହ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ‘ଆଓ ନଦୀକୋ ଜାନୋ’ ଅଭିଯାନର ଆବାହକ ମହାରାଷ୍ଟ୍ର ବାସିନ୍ଦା ନରେନ୍ଦ୍ର ଚୁଘ ଓ ମହାନଦୀ ବଞ୍ଚାଅ ଅଭିଯାନର ସହ ଆବାହକ ବାସୁଦେବ ଭଟ୍ଟ ପ୍ରମୁଖ ମଞ୍ଚାସୀନ ଥିଲେ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories