ମହାନଦୀରେ ବନ୍ୟା : ଉଜୁଡିଲା ପନିପରିବା ଫସଲ
ଗୁରୁଡିଝାଟିଆ : ମହାନଦୀର ବନ୍ୟା ଜଳ ଚାଷଜମିରେ ପଶି ରହିବା ଫଳରେ ସବୁଜ ପନିପରିବା ଫସଲ ଉଜୁଡି ଯାଇଛି। ପାଣି ଜମିବାରୁ ବାଇଗଣ, ଭେଣ୍ଡି ଓ କଲରା ଆଦି ଫସଲ ଝାଉଁଳିପଡି ମରିବା ଅବସ୍ଥାକୁ ଗତି କଲାଣି । ବିଶେଷତଃ କଖଡି, ନୂଆଡିହ, କାପ୍ତାବରାଇ, ବୌଦ୍ଧପୁର, ନିଧିପୁ , ଗୋପାଳପ୍ରସାଦ, ଜେନାପୁର, ବାଲିସିଗିରି, ମହାକାଳବସ୍ତ ଆଦି ଗାଁମାନଙ୍କରେ ଶହଶହ ଏକର ପନିପରିବା ଫସଲ ଉଜୁଡି ଯାଇଛି । ହଜାର ହଜାର ଟଙ୍କା ବ୍ୟୟ କରି ଫସଲ ଡେରିଥିବା କୃଷକ ପରିବାର ମୁଣ୍ଡରେ ହାତ ଦେଇ ବସିଛି। ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ କୃଷକମାନଙ୍କ ଉଜିଡିଯାଇଥିବା କୃଷକ ପରିବାର ପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।
Comments are closed.