www.samajalive.in
Saturday, December 13, 2025
27.1 C
Bhubaneswar

ଅବିନାଶ ହାଜତ ମୃତ୍ୟୁ ମାମଲା : କ୍ରାଇମ୍‌ବ୍ରାଞ୍ଚକୁ ମିଳିଛି ପ୍ରମାଣ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ଥାନାରେ ଅଦମପୁର ଗ୍ରାମର ଅବିନାଶ ପାଇଟାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ କ୍ରାଇମ୍‍ବ୍ରାଞ୍ଚର ଜଣେ ଡିଏସ୍‍ପି ପାହ୍ୟାର ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି। ମହାକାଳପଡା ଥାନା ଅଧିକାରୀ ଘନଶ୍ୟାମ ବେହେରାଙ୍କ ବିରୋଧରେ କ୍ରାଇମ୍‍ବ୍ରାଞ୍ଚ ଆପାତତଃ ପ୍ରମାଣ ପାଇଛନ୍ତି। କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ବିଶେଷ ଅଗ୍ରଗତି କରିଛି। ଅନୁସନ୍ଧାନ ସମୟରେ ପ୍ରମାଣ ମିଳିଥିବା ନେଇ କ୍ରାଇମ୍‍ବ୍ରାଞ୍ଚ ଅତିରିକ୍ତ ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ ସ୍ପଷ୍ଟ କରିିଛନ୍ତି। ତେବେ ତାଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେବ ସେନେଇ ଅତିରିକ୍ତ ମହାନିର୍ଦେଶକ ସ୍ପଷ୍ଟ କରି ନାହାନ୍ତିି।


କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବା ଅନୁସାରେ ମହାକାଳପଡ଼ା ପୂର୍ବତନ ଥାନାଧିକାରୀ ଶ୍ରୀ ବେହେରାଙ୍କୁ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ନିଲମ୍ବନ କରିବା ପରେ ତାଙ୍କୁ ମୁଖ୍ୟାଳୟରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଥିଲା। ତେବେ ସେ ମୁଖ୍ୟାଳୟରେ ଯୋଗ ଦେବା ପରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କିଛି ଦିନ ହେବ ଛୁଟିରେ ଅଛନ୍ତି। ଅଭିଯୋଗ ଅନୁସାରେ ଅଗଷ୍ଟ ୨୫ରେ ଏକ ମୋବାଇଲଫୋନ୍‍ ଚୋରି ଘଟଣାରେ ଅବିନାଶଙ୍କୁ ମହାକାଳପଡା ଥାନା ପୁଲିସ ଉଠାଇ ଆଣିଥିଲା। ଅବିନାଶଙ୍କ ବାପା ଶରତ ପାଇଟାଳ ରାତି ୯ଟାରେ ତାଙ୍କୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ ଥାନାଧିକାରୀ ସାକ୍ଷାତ କରିବାକୁ ଦେଇ ନ ଥିଲେ ବରଂ ୫୦ ହଜାର ଟଙ୍କାର ଲାଞ୍ଚଞ୍ଚମାଗିଥିଲେ ବୋଲି ଶରତ ଅଭିଯୋଗ କରିଥିଲେ। ଅଗଷ୍ଟ ୨୬ ସକାଳେ ଅବିନାଶ ପାଇଟାଳର ମୃତଦେହ ଥାନା ନିକଟସ୍ଥ ଏକ ଘରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଅବିନାଶ ଆତ୍ମହତ୍ୟା କରିଛି ବୋଲି ଥାନା ଅଧିକାରୀ ସଫେଇ ଦେଇଥିଲେ। ହେଲେ ଅବିନାଶ ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ସହିତ ଗୁପ୍ତାଙ୍ଗରେ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା। ମାତ୍ରାଧିକ ପୁଲିସର ଅତ୍ୟାଚାର ଯୋଗୁ ଅବିନାଶଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କ ଚାପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା ମଧ୍ୟ ଥାନା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନ ଥିଲା। ଏହି ଘଟଣାର କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ସାମାଜିକ କର୍ମୀମାନେ ଏହାର ସିବିଆଇ ତଦନ୍ତ ଦାବି କରିଥିଲେ। ତେଣୁ ତଦନ୍ତରୁ ମିଳିଥିବା ତଥ୍ୟ ଓ ପ୍ରମାଣରୁ ପୂର୍ବତନ ଥାନା ଅଧିକାରୀଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories