କଟକ : ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ମହାବନ୍ଦ ଡାକରା ଶୁକ୍ରବାର ଦ୍ବିତୀୟ ଦିନରେ ପହଞ୍ଚିଛି । ଦ୍ବିତୀୟ ଦିନରେ ମହାବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଦୋକାନ, ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ହେଲେ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ଏହି ମହାବନ୍ଦରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି । ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲା ଏହି ମହାବନ୍ଦରେ ସାମିଲ ହୋଇଥିବା ବେଳେ ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ସାମିଲ ହୋଇ ନାହାନ୍ତି। ସେହିଭଳି ବରଗଡ଼ ଓ ରାଉରକେଲା ସହରରେ ମହାବନ୍ଦର କୌଣସି ପ୍ରଭାବ ପଡ଼ିନାହିଁ । ମହାବନ୍ଦ ପରେ ଯଦି ରାଜ୍ୟସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।
Popular Categories



