www.samajalive.in
Saturday, December 6, 2025
16.1 C
Bhubaneswar

ଅଯୋଧ୍ୟା ପଛ, ଋଣ ଛାଡ଼ ଆଗ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମମନ୍ଦିର ନୁହେଁ, ଚାଷୀ ସମସ୍ୟା ହିଁ ଦେଶର ପ୍ରମୁଖ ପ୍ରସଙ୍ଗ। ରାମମନ୍ଦିର ନିର୍ମାଣ ପ୍ରସଙ୍ଗକୁ ପଛରେ ରଖି ଚାଷୀଙ୍କ ଋଣ ଛାଡ଼ ସମସ୍ୟା ପ୍ରଥମେ ସମାଧାନ କରିବା ଆବଶ୍ୟକ। କେନ୍ଦ୍ର ସରକାରଙ୍କୁ ଚାଷୀ ସଂଗଠନ ଏଭଳି ଚରମ ବାଣୀ ଶୁଣାଇଛନ୍ତି।
କୃଷକମାନଙ୍କ ଋଣ ଛାଡ଼ ଓ କୃଷି ସାମଗ୍ରୀର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଦାବିରେ ଦେଶର ୨୦୭ଟି ବିଭିନ୍ନ କୃଷକ ସଂଗଠନକୁ ନେଇ ଗଠିତ ସର୍ବଭାରତୀୟ କିଶାନ ସଂଘର୍ଷ ସମନ୍ୱୟ କମିଟିର ନେତୃତ୍ୱରେ ହଜାର ହଜାର କୃଷକ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଦୁଇଦିନିଆ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଳୀର ପାଞ୍ଚଟି ଦିଗରୁ ୨୫ କିମି ଅତିକ୍ରମ କରି ଚାଷୀମାନେ ଦିଲ୍ଳୀର ରାମଲୀଳା ମୈଦାନ ଦିଗକୁ ଅଗ୍ରସର ହୋଇଛନ୍ତି। ଆଜି ସେମାନେ ସଂସଦ ଘେରିବା କାର୍ଯ୍ୟକ୍ରମ ରହିଛି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି। ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଚାଷୀମାନେ ଟ୍ରେନ୍‍ ଓ ଟ୍ରାକ୍ଟରରେ ଆସିଛନ୍ତି। ସେମାନଙ୍କୁ ଦିଲ୍ଳୀ ଜଳ ବୋର୍ଡ ପକ୍ଷରୁ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ବଳେ ଆପ୍‍ ପକ୍ଷରୁ ରହିବା ପାଇଁ ଟେଣ୍ଟ,ଖାଦ୍ୟ ପୁଡ଼ିଆ ଓ ପାନୀୟ ଜଳ ଯୋଗାଇ ଦିଆଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଡାକ୍ତର, ଓକିଲ, ପ୍ରଧ୍ୟାପକ, କଳାକାର, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଚାଷୀମାନଙ୍କୁ ଭେଟିବାକୁ ଆସିଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories