ସଂସଦରେ ମହାରାଷ୍ଟ୍ର ତାତି, ସୋନିଆଙ୍କ ନେତୃତ୍ଵରେ କଂଗ୍ରେସ ସାଂସଦଙ୍କ ଧାରଣା

ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ସୋମବାର ମହାରାଷ୍ଟ୍ର ପ୍ରସଙ୍ଗକୁ ସଂସଦରେ ତାତି ଦେଖିବାକୁ ମିଳିଛି। ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ବିରୋଧୀମାନେ ହଙ୍ଗାମା କରିଛନ୍ତି। ଏହା ସହିତ କଂଗ୍ରେସ ସାଂସଦମାନେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ଧାରଣାରେ ବସିଛନ୍ତି। ‘ଗଣତନ୍ତ୍ରର ହତ୍ୟା ବନ୍ଦ କର’ ନାରା ଦେଇ କଂଗ୍ରେସ ସଦସ୍ୟମାନେ ଗୃହ ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ସେମାନେ ହାତରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନା ଓ କଂଗ୍ରେସ-ଏନସିପି ମିଶ ସରକାର ଗଠନ କରିବାକୁ ଚୂଡ଼ାନ୍ତ ପ୍ରସ୍ତୁତି କରିଥିବାବେଳେ ଶନିବାର ସକାଳେ ହଠାତ୍‌ ଶିବସେନା ନେତା ଅଜିତ ପୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିଥିଲା। ବିରୋଧୀମାନେ ସଂସଦରେ ଏହାକୁ ପ୍ରସଙ୍ଗ କରି ବିରୋଧ ପ୍ରଦର୍ଶନ କରିଛନ୍ତି।

Comments are closed.