www.samajalive.in
Sunday, December 14, 2025
19.1 C
Bhubaneswar

କୃଷକ ଆନ୍ଦୋଳନ: ଲତା ମଙ୍ଗେସ୍‌କର, ସଚିନ ଓ ଅକ୍ଷୟଙ୍କ ଟ୍ବିଟ୍‌ ଯାଞ୍ଚ କରିବେ ମହାରାଷ୍ଟ ସରକାର

ମୁମ୍ବଇ: କୃଷକ ଆନ୍ଦୋଳନକୁ ନେଇ ହଲିଉଡ୍‌ ଗାୟିକା ରିହାନାଙ୍କ ଟ୍ବିଟ୍‌ର ଜବାବ ଦେଇଥିବା ଭାରତୀୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଅଭିନେତା ଅକ୍ଷୟ କୁମାରଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନଙ୍କ ଟ୍ବିଟ୍‌କୁ ଯାଞ୍ଚ କରିବେ ମହାରାଷ୍ଟ୍ର ସରକାର। ରିହାନାଙ୍କ ଟ୍ବିଟ୍‌ ଜବାବରେ ଲତା, ସଚିନ ଓ ଅକ୍ଷୟଙ୍କ ଟ୍ବିଟ୍‌କୁ ନେଇ କଂଗ୍ରେସ ଉଦ୍ଧବ ଠାକରେ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲା।

ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହି ସେଲିବ୍ରିଟିମାନେ କୌଣସି ଚାପରେ ଆସି ରିହାନାଙ୍କ ଟ୍ବିଟ୍‌ର ଜବାବ ଦେଇଛନ୍ତି କି ନାହିଁ ସରକାର ତାହାର ଯାଞ୍ଚ କରିବେ। ସୂଚନା ଅନୁସାରେ, ହଲିଉଡ୍‌ ପପ୍‌ ଗାୟିକା ରିହାନା ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ ଏକ ଟ୍ବିଟ୍‌ କରି ନିଜର ସମର୍ଥନ ଜଣାଇଥିଲେ। ଏହାର ଜବାବରେ ଲତା, ସଚିନ, ଅକ୍ଷୟ ଏବଂ ଅଜୟ ଦେବଗନ୍‌ ଟ୍ବିଟ୍‌ କରିଥିଲେ। ମହାରାଷ୍ଟ୍ରର ଗୁଇନ୍ଦା ବିଭାଗ ଏହି ଟ୍ବିଟ୍‌ଗୁଡ଼ିକର ଯାଞ୍ଚ କରିବ।

- Advertisement -

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସଙ୍କେତ ଦେଇ କହିଛନ୍ତି ଯେ, ଏହିସବୁ ଟ୍ବିଟ୍‌ ପଛରେ ବିଜେପିର ହସ୍ତକ୍ଷେପ ରହିଥାଇପାରେ। ସେଲିବ୍ରିଟିମାନେ ଏପରି ଟ୍ବିଟ୍‌ କରିବାକୁ ବିଜେପି ଚାପ ପକାଇଥାଇପାରେ ବୋଲି ଗୃହମନ୍ତ୍ରୀ ଦେଶମୁଖ ଅନୁମାନ କରୁଛନ୍ତି।

ଅନ୍ୟପଟେ କଂଗ୍ରେସ ନେତା ସଚିନ ସାୱନ୍ତ କହିଛନ୍ତି​‌ ଯେ, ଏସବୁ ସେଲିବ୍ରିଟିମାନଙ୍କ ଦ୍ବାରା କରାଯାଇଥିବା ଟ୍ବିଟ୍‌ଗୁଡ଼ିକ ମଧ୍ୟରେ ଗୋଟିଏ ପ୍ରକାର ସମାନତା ଦେଖିବାକୁ ମିଳୁଛି। ଅଧିକାଂଶଙ୍କ ଟ୍ବିଟ୍‌ରେ ‘ସୌହାଦ୍ଦ୍ୟପୂର୍ଣ୍ଣ’ ଶବ୍ଦର ବ୍ୟବହାର ହୋଇଛି। ସେ କହିଛନ୍ତି, ଅକ୍ଷୟ କୁମାର ଏବଂ ସାଇନା ନେହୱାଲ ଠିକ୍‌ ଏହି କଥାକୁ ଟ୍ବିଟ୍‌ କରିଛନ୍ତି ଏବଂ ଅଭିନେତା ସେଟ୍ଟୀ ମଧ୍ୟ ଜଣେ ବିଜେପି ନେତାଙ୍କୁ ଟ୍ୟାଗ୍‌ କରିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories