www.samajalive.in
Sunday, December 7, 2025
13.1 C
Bhubaneswar

ମାଘ ପୂର୍ଣ୍ଣିମାରେ ଏହି ବିଶେଷ ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

ଧାର୍ମିକ ଶାସ୍ତ୍ର ଅନୁଯାୟୀ, ମାଘ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଚଳିତ ବର୍ଷ ଫେବୃଆରୀ ୯ ମାଘ ପୂର୍ଣ୍ଣିମା। ଏହି ଦିନ ବିଭିନ୍ନ ତୀର୍ଥ ସ୍ଥାନରେ ସ୍ନାନ ଓ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ହିନ୍ଦୁ ପରମ୍ପରା ଅନୁଯାୟୀ, ମାଘ ସ୍ନାନ କରିବା ଦ୍ୱାରା ଭଗବାନ ଖୁବ ପ୍ରସନ୍ନ ହେବା ସହ ସୁଖଶାନ୍ତି, ସୌଭାଗ୍ୟ, ଧନସମ୍ପତ୍ତି ଆଦି ପ୍ରାପ୍ତି ହୋଇଥାଏ। ଏହି ଦିନ ବିଶେଷ ଭାବେ ପ୍ରଭୁ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ମାତ୍ର ମାଘ ପୂର୍ଣ୍ଣିମା ଦିନ ଏପରି କେତେକ କାର୍ଯ୍ୟ ରହିଛି ଯେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ…….
– ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶେଯ ତ୍ୟାଗ କରି ସ୍ନାନ କରନ୍ତୁ।
– ଘର ଦ୍ୱାର ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଆଦୌ ଅପରିଷ୍କାର ରଖନ୍ତୁ ନାହିଁ।
– କଳା ବସ୍ତ୍ର ପରିଧାନ କରନ୍ତୁ ନାହିଁ।
– ଏହି ଦିନ କେଶ, ନଖ ଆଦି କାଟନ୍ତୁ ନାହିଁ।
– ଗୁରୁଜନଙ୍କର ଅପମାନ କରନ୍ତୁ ନାହିଁ।
– ଅନ୍ୟର ନିନ୍ଦା କରନ୍ତୁ ନାହିଁ। ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ।
– ଗୃହରେ କଳହ କରନ୍ତୁ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories