www.samajalive.in
Wednesday, December 10, 2025
15.1 C
Bhubaneswar

୨୦୧୯ ନିର୍ବାଚନ ଲଢିବା ରିପୋର୍ଟକୁ ମାଧୁରୀଙ୍କ ଖଣ୍ଡନ

ମୁମ୍ବଇ : ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଟିକଟରେ ପୁଣେରୁ ନିର୍ବାଚନ ଲଢିବା ନେଇ ତାଙ୍କ ସମ୍ପର୍କରେ ପ୍ରକାଶିତ ରିପୋର୍ଟକୁ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଖଣ୍ଡନ କରିଛନ୍ତି। ଶନିବାର ମାଧୁରୀ କହିଛନ୍ତି ଯେ ତାଙ୍କର ନିର୍ବାଚନ ଲଢିବା ନେଇ ପ୍ରକାଶିତ ରିପୋର୍ଟ ମିଥ୍ୟା ଓ କପୋଳକଳ୍ପିତ। ନିର୍ବାଚନ ଲଢିବା ନେଇ ତାଙ୍କର କୌଣସି ଯୋଜନା ନାହିଁ। ଏବେ ସେ ଅଭିନୟ ଉପରେ ମନୋନିବେଶ କରିଛନ୍ତି। ନିକଟରେ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ମାଧୁରୀ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ବିଜେପି ତାଙ୍କୁ ମହାରାଷ୍ଟ୍ରର ପୁଣେରୁ ପ୍ରାର୍ଥୀ କରିବାକୁ ସ୍ଥିର କରିଥିବା ଦଳର ଜଣେ ବରିଷ୍ଠ ନେତା କହିଥିଲେ। ଗତ ଜୁନ୍‌ରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ବଲିଉଡର ଏହି ଅଭିନେତ୍ରୀଙ୍କୁ ମୁମ୍ବଇସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ। ବିଜେପିର ‘ସମର୍ଥନ ପାଇଁ ସମ୍ପର୍କ’ ଅଭିଯାନ କ୍ରମରେ ଦଳର ଦୁଇ ନେତା ମାଧୁରୀଙ୍କୁ ଭେଟିଥିଲେ। ପରେ ମହାରାଷ୍ଟ୍ର ବିଜେପିର ଜଣେ ବରିଷ୍ଠ ନେତା ମାଧୁରୀଙ୍କୁ ଦଳ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିବାକୁ ସ୍ଥିର କରାଯାଇଥିବା କହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories