ମଧୁପାଟଣାରେ ସଡକ ଦୁର୍ଘଟଣା, ୨ ଗୁରୁତର

0

କଟକ: ମଧୁପାଟଣା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଏସସିବି ମେଡିାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ମଧୁପାଟଣା ଥାନା ନିକଟରେ ଏକ ଟ୍ରକ୍ ଗୋଟିଏ ବୋଲେର ଓ ଅନ୍ୟ ଏକ କାରକୁ ପଛରୁ ଧକ୍କା ଦେଇଥିଲା । ବୋଲେରରେ ୬ ଜଣ ଲୋକ ଥିବା ବେଳେ କାରରେ ୩ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ପୂର୍ବରୁ ଅନେକ ଥର  ସେହି ସ୍ଥାନରେ ଦୁର୍ଘଟଣା ଘଟିଥିଲେ ମଧ୍ୟ ପ୍ରଶାସନର ଏ ପ୍ରତି କୌଣସି ନିଘା ନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

Leave A Reply