କାହିଁକି ବଦଳିଲା ବର୍ଣ୍ଣବୋଧର ରୂପରେଖ ?

ଭୁବନେଶ୍ୱର : ବଦଳିଲା ଛବିଳ ମଧୁ ବର୍ଣ୍ଣବୋଧର ରୂପରେଖ। ହଟିଛି ବିଲେଇ, ରହିଛି ହରିଣର ଚିତ୍ର। ଛବିଳ ମଧୁ ବର୍ଣ୍ଣବୋଧର ରଙ୍ଗ ପୂର୍ବରୁ ଥିଲା କମଳା, କଳା ଓ ଧଳା। କିନ୍ତୁ ଏବେ ନୀଳ, ହଳଦିଆ, କମଳା ଓ ଧଳା ରଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ୧୯୦୧ ମସିହାରେ ଏକ ଅଣାରେ ବର୍ଣ୍ଣବୋଧ ଲେଖାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ୧୯୦୧ ମସିହା ପୁରୁଣା ସମୟକୁ ଫେରିପାଇଛୁ। ଭକ୍ତକବି ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ତାଙ୍କ ଦ୍ୱାରା ରଚିତ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣ ଉନ୍ମୋଚିତ ହୋଇଛି। ଏହାର ଡିଜିଟାଲ ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମେ ପୁରୁଣା ସଂସ୍କରଣକୁ ନଷ୍ଟ ନକରି ନିର୍ଭୁଲ ଭାବେ ନୂଆ ସଂସ୍କରଣ ଆଣିଛୁ। ମାତ୍ର ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି, ମଧୁସୂଦନ ରାଓଙ୍କ ଛବିଳ ମଧୁ ବର୍ଣ୍ଣବୋଧ ଯାହା ୧୯୦୧ ମସିହାରେ ପ୍ରକାଶ ପାଇଥିଲା ତାହା ମୂଳ ବର୍ଣ୍ଣବୋଧ ନ ଥିଲା। ଯୋଉଥିରେ ବିଲେଇର ଚିତ୍ରଥିଲା। ଅନେକ ବୁଦ୍ଧିଜୀବୀ ମାନେ ପ୍ରଶ୍ନ ଉଠେଇଛନ୍ତି ସେ ସମୟରେ ବର୍ଣ୍ଣବୋଧରେ ଥିବା ଅନେକ ଶବ୍ଦ ଏବେ ଆମେ ବ୍ୟବହାର କରିନାହୁଁ। ୧୯୦୧ ମସିହାରେ ପ୍ରକାଶିତ ବର୍ଣ୍ଣବୋଧ ମୂଳ ନୁହେଁ ତାହେଲେ ଆମେ ୧୮୯୫ର ସଂସ୍କରଣକୁ ଆମେ କାହିଁକି ପାଉନାହୁଁ।
୧୯୦୧ ମସିହାରେ ସଂସ୍କରଣକୁ ନକଲ କରାଯାଇଛି ଯାହା ୨୦୨୫ର ନୂତନ ସଂସ୍କରଣ। ୧୨୫ ବର୍ଷ ତଳର ବର୍ଣ୍ଣବୋଧକୁ ଆଉଥରେ ମୁଦ୍ରଣ କରିବାର ଲକ୍ଷ୍ୟ ପ୍ରଥମ ବହିକୁ ସୁରକ୍ଷା କରି ରଖିବା।
ବିଲେଇ ଥିବା ବହି ମଧୁ ବର୍ଣ୍ଣବୋଧ ନୁହେଁ। ତେଣୁ ପୂର୍ବ ପୁସ୍ତକରେ ଥିବା ମୁଦ୍ରଣ ତ୍ରୁଟିକୁ ସଂଶୋଧନ କରିବାର ଲକ୍ଷ୍ୟ ନେଇ ନୂତନ ବର୍ଣ୍ଣବୋଧକୁ ନୂଆ ରୂପରେ ମୁଦ୍ରଣ କରାଯାଇଛି। କିନ୍ତୁ ପୁରୁଣା ବହିର ମୌଳିକତାକୁ ନଷ୍ଟ କରାଯାଇନାହିଁ। ଓଡ଼ିଆ ଅସ୍ମିତା, ମୌଳିକତା ଓ ନିର୍ଭୁଲ ଭାବକୁ ଗୁରୁତ୍ୱ ଦିଆଯାଇଛି। ସମ୍ପାଦନା କମିଟିରେ ଥିବା ୫ ଜଣ ସଦସ୍ୟ କୈଳାସ ଟିକାୟତ ରାୟ, ବୈଷ୍ଣବ ଚରଣ ମହାନ୍ତି, ସନ୍ତୋଷ କୁମାର ରଥ ପ୍ରମୁଖ ସବୁ କଥାକୁ ତଦାରଖ କରିଥିଲେ।୨୦୨୫ର ନୂତନ ସଂସ୍କରଣରେ କୌଣସି ତତ୍ତ୍ୱକୁ ମଧ୍ୟ ପରିବର୍ତ୍ତନ କରାଯାଇନାହିଁ।

ଭୋଜି ନିଅଣ୍ଟ ହେଲା ବୋଲି ବରପକ୍ଷ ଭାଙ୍ଗିଲେ ବିବାହ, ପୁଲିସ କଲା ଏମିତି..

Comments are closed.